ରାମନବମୀ ପାଇଁ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ସାମିଲ ହେଲେ BSF ଏବଂ CRPF

Published By : Prameya-News7 Bureau | April 15, 2024 IST

ଭଦ୍ରକ ୧୫।୦୪ : ଐତିହାସିକ ରାମନବମୀ ପାଇଁ ଭଦ୍ରକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ହୋଇଛି । ଏଥର ଜିଲ୍ଲାରେ ରାମନବମୀ ଶୋଭଯାତ୍ରା ପାଇଁ ୪ ଜଣ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୨୯ ଇନ୍ସପେକ୍ଟର, ୪୦ଏସଆଇ,୧୫୦କନେଷ୍ଟବଳ ମୃତୟନ ରହିବେ ।

ସେହିପରି ଜିଲ୍ଲାରେ ୩୭ ପ୍ଲାଟୁନ ପୋଲିସ ଫୋର୍ସ ସହ ଗୋଟିଏ କମ୍ପାନୀ ବିଏସଏଫ ଓ ଗୋଟିଏ କମ୍ପାନୀ ସିଆରପିଏଫ ମୃତୟନ ରହିବେ। ଶୋଭଯାତ୍ରା ବେଳେ ସିସିଟିଭି ନଜରରେ ରହିବ ସହର, ଡ୍ରୋନ କ୍ୟାମେରା ପାଟ୍ରୋଲିଂ ଜାରି ରହିବ । ଏବେ ଠାରୁ ସୋସିଆଲ ମିଡିଆ ସର୍ଭିଲାନ୍ସ କରୁଛି ପୋଲିସ । ରାମ ନବମୀକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ନିବେଦନ କରିଛି ଭଦ୍ରକ ପୋଲିସ । ଏହି ଅବସରରେ ଭଦ୍ରକ ସହରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମସ୍ତ ପୋଲିସ , ବିଏସଏଫ ଓ ସିଆରପିଏଫ ଫ୍ଲାଗମାର୍ଚ୍ଚ କରିଛି ।

  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.