ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଆହତ
31/05/2018 at 4:41 AM

କେନ୍ଦ୍ରାପଡା ମାର୍ଶାଘାଇରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଆହତ । ତା’ର ଦୁଇ ଗୋଡରେ ଗୁଳି ବାଜିଛି । । ତାକୁ କେନ୍ଦ୍ରାପଡ଼ା ମେଡିକାଲ ପରେ କଟକକୁ ସ୍ଥାନାନ୍ତର କରାଯାଇଛି । ପାଟକୁରା ଆଇଆଇସିଙ୍କ ନେତୃତ୍ତ୍ବରେ ଗଠିତ ସ୍ପେଶାଲ ସ୍କାର୍ଡ ଏହି ଏନକାଉଣ୍ଟର କରିଥିଲା । ବିଭୁ ନାଁରେ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ମାମଲା ରହିଛି । ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟକୁ ନେଇ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ବିଳମ୍ବିତ ରାତିରେ ପେ।ଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହେ।ଇଥିଲା । ଘଟଣାସ୍ଥଳରେ ମାଉଜର, ଗୁଳି, ୪ଟି ଖେ।କା ସହ ବ୍ୟାଗ ପଡିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଗତ ମେ ୯ ତାରିଖରେ କେନ୍ଦ୍ରପଡା ଅଳବାଙ୍କ ନିକଟରେ ପେ।ଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପୀରାଧୀ ସେକ୍ ମୁଜାମିଲ ଓରଫ୍ ଲାଲା ଗୁରୁତର ହେ।ଇଥିଲା ।