ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତକୁ ଏନ୍କାଉଣ୍ଟର କରି ଧରିଲା ପୋଲିସ୍
15/09/2022 at 9:59 PM

ଲକ୍ଷ୍ମୀପୁର ଖେରୀ, ୧୫/୦୯: ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପୋଲିସ୍ । ସକାଳ ସମୟରେ ଅଭିଯୁକ୍ତକୁ ଏନ୍କାଉଣ୍ଟର କରି ପୋଲିସ୍ ଧରିବାରେ ସଫଳ ହୋଇଛି । ଏନ୍କାଉଣ୍ଟରରେ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ଲାଗିଛି । ଅଭିଯୁକ୍ତର ନାମ ଯୁନୈଦ ହୋଇଥିବା ବେଳେ ତାକୁ ଦୁଇ ଜଣ ଟେକି ଟେକି ନେଉଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛି ।
ପୋଲିସ୍ର ସୂଚନା ମୁତାବକ ଜୁନୈଦ୍ ଗିରଫ ୬ ଜଣ ଅଭିଯୁକ୍ତ ମଧ୍ୟରେ ଶେଷ ଅଭିଯୁକ୍ତ । ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ସେ ବନ୍ଧୁ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆଣିବା ପାଇଁ ସେ ବାଇକ୍ ନେଇ ଯାଇଥିଲା । ହେଲେ ଝିଅର ପରିବାର ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ସେମାନଙ୍କୁ ଅପହରଣ କରାଯାଇଥିବା କହିଛନ୍ତି । ପରେ ଦୁଇ ଭଉଣୀଙ୍କ ମୃତଦେହ ଗାଁ ପାଖ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।
ଛୋଟୁ ନାମକ ଜଣେ ବ୍ୟକ୍ତି ଜୁନୈଦ୍ ଏବଂ ସୋହୈଲକୁ ସେ ଝିଅଙ୍କ ସହ ଭେଟ କରାଇଥିଲା । ଏହି ଦୁଇଜଣ ସେମାନଙ୍କୁ ପାଖରେ ଥିବା ଏକ ଆଖୁ କିଆରୀକୁ ନେଇଥିଲେ । ସେଠାରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଦୁଇ ଭଉଣୀ ତାଙ୍କୁ ବିବାହ କରିବାକୁ କହିଥିଲେ । ଏହା ଶୁଣି ସେମାନେ ରାଗିଯାଇଥିଲେ । ହାଫିଜୁଲ୍ ନାମକ ବ୍ୟକ୍ତି ସାହାଯ୍ୟରେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ।
ଏହାପରେ ସେମାନେ କରିମୁଦ୍ଦିନ ଏବଂ ଅରିଫ୍କୁ ଡାକିଥିଲେ । ଏମାନେ ଦୁଇ ଭଉଣୀକୁ ଗଛରେ ଟାଙ୍ଗୀ ଆତ୍ମହତ୍ୟା ରୁପ ଦେବାକୁ ସାହାଯ୍ୟ କରିଥିଲେ ବୋଲି ପୋଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।