ଦୁଇ ଅପରାଧୀଙ୍କୁ ପୋଲିସର ଏନ୍‌କାଉଣ୍ଟର , ଏଟିଏମ୍‌ ଭାଙ୍ଗି ୨୮ ଲକ୍ଷ ଲୁଟ୍‌ରେ ଥିଲେ ସାମିଲ

Published By : Prameya-News7 Bureau | August 14, 2024 IST

ଭଦ୍ରକ ୧୪।୦୮ : ଭଦ୍ରକ ପୋଲିସର ଏନ୍‌କାଉଣ୍ଟର । ଭଦ୍ରକ ଜିଲ୍ଲା ବରପଦା ନିକଟରେ ପୋଲିସର ଏନ୍‌କାଉଣ୍ଟରେ ଦୁଇ ଅପରାଧୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ,  ଏକ ଭଡ଼ା ଘରେ ଡକାୟତି ଯୋଜନା ପାଇଁ ପ୍ଲାନ କରୁଥିଲେ ଅଭିଯୁକ୍ତ । ଏ ସଂପର୍କରେ ଖବର ପାଇ ପୋଲିସ ଉକ୍ତ ଘରକୁ ଘେରିଥିଲା । ପୋଲିସର ଘେରାବନ୍ଦୀ ଦେଖି ଗୁଳିଚାଳନା କରିଥିଲେ ଅଭିଯୁକ୍ତ । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ ।ଶେଷରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହାସହ ଅପରାଧୀ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ଜବତ ମାରଣାସ୍ତ୍ର ମଧ୍ୟରେ ୩ଟି ବାଇକ୍‌, ୩ଟି ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ୍‌, ୧୫ ଜୀବନ୍ତ ଗୁଳି, ଖଣ୍ଡା ଏବଂ ୪.୫୦ ଲକ୍ଷ ନଗଦ ଟଙ୍କା ରହିଛି । 

ସେପଟେ ଅପରାଧୀଙ୍କ ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଆଲୋକ ଜେନା, କନେଷ୍ଟବଳ ଶ୍ରୀକାନ୍ତ ଜେନାଙ୍କ ସହ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । କିଛି ଦିନ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଲକ୍ଷ୍ମନାରାୟଣ ମନ୍ଦିର ନିକଟରୁ ଏଟିଏମ୍‌ରୁ ୨୮ ଲକ୍ଷ ଟଙ୍କା ଲୁଟ୍‌ରେ ୬ ଜଣ ସାମିଲ ଥିଲା ।ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଛି ।  ଏହାବ୍ୟତୀତ ବହୁ ଲୁଟ୍‌ କେସ୍‌ରେ ସାମିଲ ଅଛନ୍ତି ଏହି ଲୁଟେରା । ଏପିରିକି ଗ୍ୟାଙ୍ଗ ସହ ବିହାରର ଲିଙ୍କ୍‌ର ବି ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.