ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରୀଙ୍କ ଫଟୋ ପଠାଇଲେ ମିଳିବ ୧୦୦୦ ଟଙ୍କା, ହ୍ବାଟସ୍ଆପ୍ ନମ୍ବର ଜାରି କଲେ ଏସପି

Published By : Prameya-News7 Bureau | November 24, 2019 IST

କରନାଲ୨୪/୧୧: କରନାଲର ଏସିପି ଏକ ହ୍ବାଟସ୍‌ଆପ୍‌ ନମ୍ବର ଜାରି କରିଛନ୍ତି। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରୀଙ୍କ ଫଟୋ ହ୍ବାଟସ୍ଆପ୍ ନମ୍ବରରେ ପଠାଇଲେ ପୁରସ୍କାର ମିଳିବ ବୋଲି କରନାଲ ଏସପି ଘୋଷଣା କରିଛନ୍ତି। ଏସପିଙ୍କ ଦ୍ବାରା ନମ୍ବର ଜାରି ହେବା ପରେ ଲୋକମାନେ ମଧ୍ୟ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ପୋଲିସ କର୍ମଚାରୀଙ୍କ ଫଟୋ ପଠାଇଛନ୍ତି। ହ୍ବାଟସ୍‌ଆପ୍ ନମ୍ବରରେ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଏସପି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଚଳିତ ମାସ ନଭେମ୍ବର ୨୦ ତାରିଖରେ ହରିୟାନା କରନାଲ ଜିଲ୍ଲାର ସବୁ ଥାନାର ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହ ଏସପି ସୁରେନ୍ଦ୍ର ସିଂହ ଏକ ବୈଠକ କରିଥିଲେ। ଏହି ସମୟରେ ଟ୍ରାଫିକ ନିୟମ ସଂପର୍କରେ ସବୁ ପୋଲିସ କର୍ମଚାରୀଙ୍କୁ ସତର୍କ କରାଯାଇଥିଲା।

କୌଣସି ପୋଲିସ କର୍ମଚାରୀ ଟ୍ରାଫିକ ନିୟମ ଉଲଂଘନ କଲେ ଏହି 85708-85704 ହ୍ବାଟସଆପ ନମ୍ବରରେ ଫଟୋ ପଠାଇବା ପାଇଁ ଏସପି କହିଛନ୍ତି। ଏଥିସହ କରନାଲ ଜିଲ୍ଲାର ପ୍ରତ୍ୟେକ ଥାନାର ନୋଟିସ୍‌ ବୋର୍ଡରେ ଏହି ହ୍ବାଟସ୍‌ଆପ ନମ୍ବର ମଧ୍ୟ ଉଲ୍ଲେଖ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.