ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ : ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ନାବାଳକଙ୍କୁ ପଚରାଉଚରା କରୁଛି ପୋଲିସ

Published By : Prameya-News7 Bureau | February 16, 2020 IST

କଟକ ୧୬/୨: କଟକ ଜିଲ୍ଲା ବାଙ୍କୀରେ ଡବଲ୍ ମର୍ଡର । ବାଙ୍କୀ ଥାନା ଖଜୁରୀପଦା ପଞ୍ଚାୟତ ଜୋକଲାଞ୍ଜି ଡ୍ୟାମ୍ ନିକଟରେ ୨ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ହେଲେ ଖଜୁରିପଦ। ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ । ଅନ୍ୟ ଜଣେ ଏକ ୱେବ୍ ପୋର୍ଟ।ଲ୍ ଲାଇଭ୍ ଓଡ଼ିଶା ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ । ରାଜନୈତିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

{"id":225071,"sizeSlug":"large"}

ପୂର୍ବ ପ୍ଲାନ୍ ଅନୁଯାୟୀ ଦୁର୍ବୁତ୍ତମାନେ ଜକଲାଞ୍ଜି ଠାରେ ଅପେକ୍ଷା କରି ରହିଥିଲେ । ଭଗବାନ ଓ ଆଦିତ୍ୟ ବାଙ୍କୀରୁ ନିଜ ଘର ଖଜୁରିପଦ।କୁ ଫେରୁଥିବା ବାଟରେ ତାର ଟାଣି ଅଟକାଇଥିଲେ । ଏହା ପରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୬ରୁ ଅଧିକ ଦୁର୍ବୃତ୍ତ । ଏପରିକି ଗୋଡାଇ ଗୋଡାଇ ୨ ଜଣଙ୍କ ଗୋଡ଼କୁ ଟାଙ୍ଗିଆରେ ହାଣିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଭଗବାନ ଓ ଆଦିତ୍ୟଙ୍କ ସହ ଅନ୍ୟ ଏକ ବାଇକରେ ଫେରୁଥିବା ବବୁଲ ସିଂ ଦୁର୍ବୁତ୍ତଙ୍କ କବଳରୁ ବଞ୍ଚି ଯାଇଛନ୍ତି । 

{"id":225072,"sizeSlug":"large"}

ଘଟଣାସ୍ଥଳରେ ବାଙ୍କୀ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ତେବେ ୩ ଜଣଙ୍କ ମଧ୍ୟରୁ ରକ୍ଷା ପାଇ ଯାଇଥିବା ବବୁଲ ଏବେ ପୋଲିସ ହେପ।ଜତରେ ରହିଛି । ଘଟଣା ସମ୍ପର୍କରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ଖଜୁରୀପଦା ପଞ୍ଚାୟତରେ ନିର୍ବାଚନ ହୋଇନଥିବା ବେଳେ ସର୍ବସମ୍ମତିକ୍ରମେ ସରପଞ୍ଚ ବଛାଯାଇଥିଲା । ପରେ କୌଣସି କାରଣରୁ ଗାଁରେ ୨ ଦଳ ହୋଇଯାଇଥିଲେ । ପୂର୍ବରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ତେଣୁ ପୂର୍ବ ରାଗ ଥିବାରୁ ଏଭଳି ଘଟିଥାଏ ପାରେ ବୋଲି ଆଶଙ୍କା କରାଯାଉଛି । ଘଟଣା ପରେ ଗାଁରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଥିବା ବେଳେ, ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଫେରାର ଥିବାବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସ୍.ପି ରାଧା ବିନୋଦ ପାଣିଗ୍ରାହୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.