କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ମାଓ ଦମନ ଓ କରୋନା ସ୍ଥିତିର ସମୀକ୍ଷା

Published By : Prameya-News7 Bureau | August 29, 2020 IST

କୋରାପୁଟ/ମାଲକାନଗିରି ୨୯।୦୮: ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଗସ୍ତ । ଜିଲ୍ଲାରେ ମାଓ ଦମନ ଓ କୋଭିଡ଼ ସଂକ୍ରମଣ ସ୍ଥିତି ନେଇ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ଏହାପୂର୍ବରୁ କରୋନା ପୁଟ ଗସ୍ତରେ ଥିଲେ ପୋଲିସ ଡିଜି ଅଭୟ ।

{"id":322007,"sizeSlug":"large"}

ଆଜି କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ । କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପୋଲିସ ଜାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ , ଏବଂ ବିଭିନ୍ନ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । କୋରାପୁଟ ଏସପିଙ୍କ କାର୍ଯ୍ୟାଲୟରେ ହୋଇଥିବା ରୁଦ୍ଧ ଦ୍ୱାର ବୈଠକରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ , ଆଇଜି ଅପରେସନ , ଏସଓଜି କମାଣ୍ଡେଣ୍ଟଙ୍କ ସମେତ ଓଏସଏପି ଏବଂ ଆଇଆରବି କୋବ୍ରା ବାଟାଲିୟନର କମାଣ୍ଡେଣ୍ଟମାନେ ଉପସ୍ଥିତ ରହିଥିଲେ ।

{"id":322008,"sizeSlug":"large"}

ତେବେ କୋରାପୁଟ ଜିଲ୍ଲାର ଅଧିକାଂଶ ପୋଲିସ ଅଧିକାରୀ ଏବେ କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନରେ ରହିଛନ୍ତି । ସେପଟେ ସୁସ୍ଥ ହୋଇ କିଛି ଅଧିକାରୀ ଫେରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ସେହିପରି ଜିଲ୍ଲାରେ ମାଓ ସ୍ଥିତି, ଆଇନ ଶୃଙ୍ଖଳା , ଗଂଜେଇ ଚାଷ ଓ  ଚୋରାଚାଲାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ।

{"id":322009,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.