ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି, ସଂଧ୍ୟା ୫ଟାରେ ପ୍ରେସ୍‌ମିଟ୍‌

Published By : Prameya-News7 Bureau | April 21, 2024 IST

ବ୍ରହ୍ମପୁର ୨୧।୦୪ : ନିର୍ବାଚନ ପୂର୍ବରୁ ବ୍ରହ୍ମପୁରରେ ରାଜ୍ୟ ପୋଲିସ ଡିଜି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୁଲିସ କାର୍ଯ୍ୟାଳୟ ପରିସରରେ ପୁଲିସ ଅଧିକାରୀଙ୍କ ସହ ଡିଜିପିଙ୍କ ଆଲୋଚନା । ଏହାପରେ ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସମୟରେ ପୋଲିସର ଭୂମିକା ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ସୂଚନା ରଖିବେ ଡିଜିପି ।

ଖବର ଅନୁଯାୟୀ, ଆସନ୍ତା ମେ ମାସ ୧୩ ତାରିଖ ଦିନ ବ୍ରହ୍ମପୁରରେ ହେବାକୁ ଯାଉଛି ନିର୍ବାଚନ ।ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ଭୋଟ ହେବାକୁ ଯାଉଛି । ତେଣୁ ନିର୍ବାଚନରେ ପୂର୍ବ ପ୍ରସ୍ତୁତି ନେଇ ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପୁଲିସ କାର୍ଯ୍ୟାଳୟ ପରିସରରେ ପୁଲିସ ଅଧିକାରୀଙ୍କ ସହ ଡିଜିପିଙ୍କ ଆଲୋଚନା ରହିଛି। ଏହାପରେ ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସମୟରେ ପୁଲିସର ଭୂମିକା ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ସୂଚନା ରଖିବେ ଡିଜିପି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.