ମାଲକାନଗିରିରେ ପୋଲିସ ଗୁଳିରେ ୫ମାଓବାଦୀଙ୍କ ମୃତ୍ୟୁ ଘଟଣା ; ଡିଜି କହିଲେ ଅପରେସନ ଥିଲା ଭିନ୍ନ ଧରଣର

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ମାଲକାନଗିରି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ଦେଇଛନ୍ତି । ଏନକାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ମାଓବାଦୀ କାଲିମେଳା ଦଲମ୍ ର । ମୃତ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ୩ଜଣ ପୁରୁଷ । ମାଓ କ୍ୟାମ୍ପ୍ ଚାଲିଥିବା ଖବର ପାଇ  ଆରମ୍ଭ ହୋଇଥିଲା ଅପରେସନ । ଏହି ଅପରେସନ ଅନ୍ୟ ଅପରେସନଠୁ ଅଲଗା ଥିଲା । କମ୍ବିଂ ବେଳେ ଏସଓଜି ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଘଟଣାସ୍ଥଳରୁ ଖସିଯାଇଛି ଟପ୍ ମାଓନେତା ରଣଦେବ ।ମାଓକ୍ୟାମ୍ପରୁ ଗ୍ରେନେଡ୍, ଦୁଇଟି ଏସଏଲଆର ବନ୍ଧୁକ, ବିପୁଳ ପରିମାଣର ମାଓ ସାମଗ୍ରୀ  ଓ ମାଓ ପୋଷ୍ଟର ଜବତ ହୋଇଛି ।  କୁମ୍ବିଂ ଜୋରଦାର କରାଯାଉଛି । ଘଟଣାସ୍ଥଳକୁ ଅଧିକ ଏସଓଜି ଜବାନଙ୍କୁ ପଠାଯାଇଛି । ସୂଚନା ଅନୁସାରେ ମାଲକାନିଗିରି କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ୫ ଜଣ  ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ଫଳରେ ମାଓ ଶିବିର ଧ୍ବଂସ ହେବା ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.