PMଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସଭାସ୍ଥଳ ପରିଦର୍ଶନ କଲେ ଗୁଇନ୍ଦା ନିର୍ଦ୍ଦେଶକ-କେନ୍ଦ୍ରାଞ୍ଚଳ ଆଇଜି

Published By : Prameya-News7 Bureau | March 02, 2024 IST

ଭୁବନେଶ୍ୱର ୦୨।୦୩ : ଆସନ୍ତା ୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାଜପୁର ଚଣ୍ଡିଖୋଲ ନିକଟରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

wp:embed {"url":"https://www.prameyanews7.com/pm-visit-to-odisha-in-march-5/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-visit-to-odisha-in-march-5/
/wp:embed

ତେବେ ଏହି ସବୁ ଅଞ୍ଚଳକୁ ବ୍ଲାକ୍ କାଟାଗୋରୀ ଜୋନରେ ରଖାଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଏସ୍‌ପିଜି ସିକ୍ୟୁରିଟି ଓଡ଼ିଶାରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି । ଏହାସହିତ ADG ଆଇନଶୃଙ୍ଖଳା, ଆଇଜି, ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବମ୍ ଡିଟେନସନ଼ ଓ ଡିସପୋଜାଲ ସ୍କ୍ୱାର୍ଡ ନିୟୋଜିତ ହେବେ । ପୋଲିସ ଡିଜି ଅରୁଣ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ ୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଆସି ଚଣ୍ଡିଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଅନେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଏହାସହ ଏକ ସାଧାରଣ ସଭାରେ ଯୋଗ ଦେବେ। 

wp:embed {"url":"https://www.prameyanews7.com/rihanna-left-from-jamnagar-after-attending-radhika-and-anant-pre-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rihanna-left-from-jamnagar-after-attending-radhika-and-anant-pre-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.