ଓଡିଶା ପୋଲିସର ୬୩ ତମ ସହିଦ ଦିବସ ପାଳିତ, ପରେଡରେ ଅଭିବାଦନ ଗ୍ରହଣ କଲେ ଡିଜିପି

Published By : Prameya-News7 Bureau | October 21, 2022 IST

କଟକ ୨୧/୧୦: ଓଡିଶା ପୋଲିସର ୬୩ତମ ସହିଦ ଦିବସ ପାଳିତ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି ପୋଲିସ ସହିଦ ଦିବସ । ଏହି ଅବସରରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ ।

ସହିଦ ପୋଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୋଲିସ ଡିଜି । ସମାଜରେ ଶାନ୍ତି ବଜାୟର ରଖିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ।

କୋଭିଡ ସମୟରେ ପୋଲିସ କର୍ମଚାରୀ କିଭଳି ଜନସାଧାରଣଙ୍କ ସୁରକ୍ଷା ପାଇଁ ନିରନ୍ତର ସେବା କରିଥିଲେ, ଏହାସହ ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସ ଦୃଢତାର ସହ କାମ କରୁଛି, ଏହି ସବୁ ବିଷୟରେ ଆଲୋକପାତ କରିଥିଲେ ପୋଲିସ ଡିଜି । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.