ପ୍ରେମ ସମ୍ପର୍କରୁ ଗଞ୍ଜେଇ ବ୍ୟବସାୟ… ୬ ସନ୍ତାନର ମା’କୁ ହତ୍ୟା କରିଥିଲା ପ୍ରେମିକ, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ

Published By : Prameya-News7 Bureau | February 23, 2024 IST

ବଲାଙ୍ଗୀର ୨: ବଲାଙ୍ଗୀର ପୁଇଁତଳା ଥାନା କେଶରକେଲା ଗାଁ ନିକଟ ପମ୍ପ ହାଉସ୍ ପଡିଆରେ ମହିଳାଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ପ୍ରେମିକକୁ ପୋଲିସ ଗିରଫ କରିଛି I ମୃତ ମହିଳା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବୋରିଗୁବା ଗାଁରେ I ତାଙ୍କର ୫ ଝିଅ ଓ ଜଣେ ପୁଅ ରହିଛନ୍ତି I ତେବେ ମହିଳା ଜଣକ ମିଶନ ଶକ୍ତି MBK ଭାବେ କାର୍ଯ୍ୟ କରୁଥିଲେ I

{"id":912739,"sizeSlug":"full","linkDestination":"none"}

ଗତ ବୁଧବାର ଦିନ କୌଣସି କାମରେ ଘରୁ ବାହାରି ଥିଲେ I ରାସ୍ତାରେ ପ୍ରେମିକ ସହ ବାଇକରେ ବସି ବଲାଙ୍ଗୀର ଆସିଥିଲେ I ହତ୍ୟାକାରୀ ପ୍ରେମିକ ନାଁ ସପ୍ତମ ବଗର୍ତ୍ତି I ତାଙ୍କ ଘର ମଧ୍ୟ କଣ୍ଟାମାଳ ଥାନା ଖଲିଆପାଲି ଗାଁରେ I ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା I ବଲାଙ୍ଗୀର ଆସିବା ପରେ ସନ୍ଧ୍ୟାରେ କେଶରକେଲା ଗାଁ ପମ୍ପ ହାଉସ୍ ନିକଟରେ ଥିବା ନିଛାଟିଆ ପଡ଼ିଆକୁ ଯାଇଥିଲେ I ସେଠାରେ ଶାରୀରିକ ସଂପର୍କ ରଖିଥିଲେ I ଗଞ୍ଜେଇ କାରବାର ଟଙ୍କା ନେଣଦେଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା I ରାଗରେ ଅଭିଯୁକ୍ତ ପ୍ରେମିକ ମହିଳାଙ୍କ ତଣ୍ଟିରେ ଶାଢ଼ୀଗୁଡାଇ ହତ୍ୟା କରିଥିଲା I ପରେ ସେଠାରୁ ଘୋଷାଡ଼ି ନେଇ ଏକ ଗଛ ତଳେ ମୃତଦେହ ପକାଇ ପୁଣି ବାଇକ୍ ଯୋଗେ କଣ୍ଟାମାଳ ପଳାଇଥିଲା I ଘଟଣାସ୍ଥଳରେ ପଡିଥିବା ମୋବାଇଲ ଯାଞ୍ଚ କରିବା ପରେ ପ୍ରେମିକ ସପ୍ତମ ହିଁ ହତ୍ୟାକାରୀ ବୋଲି ପୋଲିସ ସୂଚନା ପାଇଥିଲା I

{"id":912740,"sizeSlug":"full","linkDestination":"none"}

ଗୁରୁବାର ପ୍ରେମିକ ସପ୍ତମକୁ ପୋଲିସ କଣ୍ଟାମାଳରୁ ଗିରଫ କରି ପଚରାଉଚରା କରିଥିଲା I ପୋଲିସ ଆଗରେ କହିଁକି ହତ୍ୟା କଲା ପ୍ରେମିକାଙ୍କୁ ସେନେଇ ଗୋଟି ଗୋଟି କରି ସବୁ ସତ ବଖାଣିଛି ଅଭିଯୁକ୍ତ ପ୍ରେମିକ I ଏନେଇ ଶୁକ୍ରବାର ପୁଇଁତଳା ପୋଲିସ ଅଭିଯୁକ୍ତକୁ ନେଇ କ୍ରାଇମ୍‌ ସ୍ପଟରେ କ୍ରାଇମସିନ୍ ରିକ୍ରେସନ କରିଛି I କେଉଁଠି ବାଇକ୍ ରଖିଥିଲେ, ଶାରୀରିକ ସମ୍ପର୍କ ସ୍ଥାପନ ପରେ କ’ଣ ପାଇଁ ହତ୍ୟା କରିଥିଲା ସେନେଇ ଗୋଟି ଗୋଟି କରି ଅପରାଧ ବଖାଣିଥିଲା ଅଭିଯୁକ୍ତ ସପ୍ତମ I ଆହୁରି ତଦନ୍ତ ଚାଲିଛି, ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି I                         

You Can Read :

wp:embed {"url":"https://www.prameyanews7.com/four-vehicle-turns-over-in-nh-57-near-baghamari-of-khordha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-vehicle-turns-over-in-nh-57-near-baghamari-of-khordha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.