୭୨ ଶୁଆ ଜବତ ଘଟଣା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | February 12, 2024 IST

ଜଗତସିଂହପୁର ୧।୨: ଜଗତସିଂହପୁରରୁ ୭୨ଟି ଶୁଆ ଜବତ ଜବତ ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ରବିବାର ନୂଆପୋଲ ନିକଟରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୨ଟି ଶୁଆ ଜବତ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସିଂହାରପୁର ଗାଁର ବରଦା ପ୍ରସନ୍ନ ସାହୁ ଓ ଶଙ୍କର୍ଷଣ ସିଂ । ଏମାନେ ଦୀର୍ଘ ଦିନ ହେଲା ବିଭିନ୍ନ ସ୍ଥାନରୁ ଶୁଆ ଓ ଅନ୍ୟାନ୍ୟ ପକ୍ଷୀ ସଂଗ୍ରହ କରିବା ସହ ନିଜେ ଫାଶ ବସାଇ ଧରି ଏହାକୁ ବେଧଡ଼କ ଭାବରେ ରାସ୍ତା କଡରେ ବିକ୍ରି କରି ଆସୁଥିଲେ । ଖବର ପାଇ ବନ ବିଭାଗ ଚଢ଼ାଉ କରାଯାଇଥିଲା । ଏମାନେ ଏତେ ପରିମାଣର ଶୁଆ କେଉଁଠୁ ଆଣିଲେ ତାହା ଜଣାପଡ଼ିନାହିଁ ।

You Can Read :

wp:embed {"url":"https://www.prameyanews7.com/girl-died-after-hit-by-school-bus-in-khandagiri-of-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/girl-died-after-hit-by-school-bus-in-khandagiri-of-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.