ଅସଦାଚାରଣ ମାମଲା ବୁଝୁଥିବା ପୋଲିସ ବି କଲା ଅସଦାଚାରଣ, ହ୍ଵାଟସଆପରେ ପଠାଉଥିଲା ଅଶ୍ଳୀଳ ମେସେଜ

Published By : Prameya-News7 Bureau | January 19, 2019 IST

ସୁଲତାନପୁର ୧୯/୧- ଉତ୍ତରପ୍ରଦେଶର ସୁଲତାନପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ରକ୍ଷକ ସାଜି ଭକ୍ଷକ ସାଜିଲା ପୋଲିସ । ଥାନାକୁ ନ୍ୟାୟ ପାଇଁ ଯାଇଥିବା ଯୁବତୀଙ୍କୁ ଥାନାଥିକାରୀ ମାମଲା ବୁଝିବାକୁ କରିଛନ୍ତି ଆଇନର ଦୁରୁପଯୋଗ ।  ନିଜେ ଯୁବତୀଙ୍କ ନିକଟତର ହେବାପରେ  ବିଭିନ୍ନ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ଆସିଛି ।

{"id":75955}

ଯୁବତୀ ମୁସାଫିରଖାନା ଅଂଚଳରେ ରହୁଥିଲା । ଅଫିସରୁ ଫେରିବା ସମୟରେ ଜଣେ ଅଜଣା ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ପରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଯୁବତୀ ନ୍ୟାୟପାଇଁ ଥାନାକୁ ସିନା ଯାଇଥିଲା କିନ୍ତୁ ନ୍ୟାୟ ବଦଳରେ ଅଶାଳୀନ ବ୍ୟବହାରରେ ସମ୍ମୁଖୀନ ହେବାକୁ ପଡ଼ିଛି । ଥାନାଧୀକାରୀ ମାମଲା ବୁଝିବାକୁ ଦିନ ପରେ ଦିନ ଗଡ଼େଇଚାଲୁଥିଲେ । କିନ୍ତୁ ରାତିରେ ଯୁବତୀଙ୍କୁ ପରୋକ୍ଷଭାବରେ ମଧ୍ୟ ପ୍ରେମ ନିବେଦନ କରୁଥିବା ଯୁବତୀ କହିଛନ୍ତି । ଥାନାଧିକାରୀଙ୍କୁ  କିଛି ନ କହିବାରୁ ସେ ମଧ୍ୟ ହ୍ଵାଟସଆପରେ ଅଶ୍ଳୀଳ ମେସେଜ, ଫଟୋ, ଭିଡ଼ିଓ ପଠାଉଥିବା କହିଛନ୍ତି ।

ଏହି ଘଟଣା ପରେ ଯୁବତୀ ଏସପି ପାଖରେ ଫେରାଦ ହେବା ପରେ ମାମଲା ଅଧିକ ଜଟିଳ ହୋଇପଡ଼ିଛି । ମାମଲାରେ ସଂପୃକୃ ଥାନାଧିକାରୀଙ୍କୁ ଗିରଫ କରି କିର୍ଟ ଚାଲାଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.