ସଡ଼କ ଦୁର୍ଘଟଣାରେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ

Published By : Prameya-News7 Bureau | November 12, 2023 IST

ବାରିପଦା: ସଡ଼କ ଦୁର୍ଘଟଣାରେ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ। କନେଷ୍ଟବଳ ଜଣକ ହେଉଛନ୍ତି କୁସୁମି ବ୍ଳକ ଟେଣ୍ଟ ପୋଷି ଗ୍ରାମର ଦାମଦର ନାଏକ (୩୯)। ସେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନରେ ଡ୍ୟୁଟିରେ ଥିଲେ।

ସୂଚନା ଅନୁଯାୟୀ, ଦାମଦର ନାଏକ ହାବିଲଦାର ଟେଷ୍ଟ ଦେଇ ଫେରୁଥିବା ବେଳେ ରାଇରଙ୍ଗପୁର ଟାଉନ ଆଦର୍ଶ ଥାନା ରାଇରଙ୍ଗପୁର ବିଶୋଇ ରାସ୍ତା ଅସନବଣି ଛକ ନିକଟ ପୋଲ ପାଖରେ ଜଣେ ମହିଳା ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୧୩ ଜଣ ଆହତ

ସେ ନିଜେ ମଧ୍ୟ ମୋଟର ସାଇକେଲରୁ ଖସି ପଡ଼ିଥିଲେ। ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅତିରିକ୍ତ ଏସପି ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.