ପୋଲିସ କନଷ୍ଟେବଲ ଚୟନ ପ୍ରକ୍ରୀୟା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ
11/08/2018 at 9:51 AM

କଳାହାଣ୍ଡି ୧୧/୮ : ଆଜି କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ପୋଲିସ କନଷ୍ଟେବଲ ଚୟନ ପ୍ରକ୍ରୀୟା ଚାଲିଥିବା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ସୁଶାନ୍ତ ନାଏକ । ତାଙ୍କ ଘର ବିଶ୍ବନାଥପୁର ଥାନା ଅନ୍ତର୍ଗତ ଧଗଂରାଭଟ୍ଟାରେ ।
ଭବାନୀପାଟଣା ରିଜର୍ଭ ପଡିଆ ଠାରେ ଆୟୋଜିତ ଚୟନ ପ୍ରକ୍ରୀୟା ସମୟରେ ସେ ୫୦୦୦ ମିଟର ଦୌଡରେ ଅଂଶ ଗ୍ରହଣ କରି ଦୌଡୁଥିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଶ୍ବାସରୁଦ୍ଦରୁ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରାଥମିକ ସୁଚନା ଦେଉଥିବା ବଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଅପରପକ୍ଷରେ ପରିବାର ଲୋକେ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି | ପରିବାର ଲୋକେ କହିଛନ୍ତି ଯେ, ଅସୁସ୍ଥ ସୁଶାନ୍ତକୁ ଯୋଉ ଭଳି ଢଙ୍ଗରେ ପଡ଼ିଆରୁ ହସ୍ପିଟାଲକୁ ଅଣାଗଲା ଏବଂ ହସ୍ପିଟାଲରେ ତାଙ୍କୁ ଡାକ୍ତର ଦେଖିବାରେ ବିଳମ୍ବ କଲେ ସେଥିରେ ସୁଶାନ୍ତ ପ୍ରାଣ ହରାଇଲେ | ସୁଶାନ୍ତଙ୍କ ବ୍ୟତୀତ ଏହି ଚୟନ ଅବେଳେ ଆହୁରି ୩ ଜଣ ପ୍ରାର୍ଥୀ ମଧ୍ୟ ଅସୁସ୍ଥ ହୋଇଛନ୍ତି | ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି |