<strong>ଚୋରି ବାଇକ୍‌ ଜବତ କରି ମାଲିକଙ୍କୁ ଫେରାଇଲା ପୋଲିସ; ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ</strong>

Published By : Prameya-News7 Bureau | July 05, 2022 IST

ଭଦ୍ରକ ୦୭/୦୫ : ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ  ଚଢ଼ଉ କରିଛି। ଗତ ଜୁନ୍‌ ୨୬ ଓ ୨୭ ତାରିଖରେ ଟାଉନ ଓ ଗ୍ରାମାଞ୍ଚଳ ଥାନାରେ ଗାଡ଼ି ଚୋରି ମାମଲା ଦାୟର ହୋଇଥିଲା। ସେଥିପାଇଁ ଭଦ୍ରକ ଟାଉନ ଓ ଗ୍ରାମାଞ୍ଚଳ ଥାନା ପୋଲିସ ମଙ୍ଗଳବାର ମିଳିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୧୫ ରୁ ଅଧିକ ଚୋରା ବାଇକ୍‌ ଜବତ ହୋଇଛି। ଏହି ବାଇକ ଚୋରିରେ ସମ୍ପୃକ୍ତ ୧୦ ଜଣ ଆନ୍ତଃରାଜ୍ୟ ଡକାୟତ ଦଳକୁ ଗିରଫ କରିବାରେ ଭଦ୍ରକ ପୋଲିସ ସକ୍ଷମ ହୋଇଛି।

ଦୀର୍ଘ ଦିନ ଧରି ଭଦ୍ରକ ସହର ସହ  ବିଭିନ୍ନ ସ୍ଥାନରେ ବାଇକ ଚୋରି ସାଙ୍ଗକୁ ଲୁଟ୍‌ ଓ ଡକାୟତି ମାମଲା ଭଦ୍ରକ ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ତେବେ ଆନ୍ତଃରାଜ୍ୟ ଡକାୟତ ଦଳକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ଉ ସମୟରେ ଡକାୟତ ଦଳକୁ ଗିରଫ କରିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି। ତେବେ ଚୋରି ହୋଇଥିବା ବାଇକ୍‌ ଗୁଡିକ ଉଦ୍ଧାର ଜବତ ହେବା ପରେ, ଗାଡ଼ି ମାଲିକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କୁ  ଫେରାଯାଇଛି ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.