ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ନେଇ ଜୋରଦାର ପ୍ରସ୍ତୁତି : ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ପୋଲିସ କମିଶନର

Published By : Prameya-News7 Bureau | November 27, 2019 IST

କଟକ ୨୭।୧୧: ବାରବାଟି ଷ୍ଟାଡିୟମରେ ଆସନ୍ତା ୨୨ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ହେବ । ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

{"id":190591,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ରେ ବାରବାଟୀରେ ହେବ ଇଣ୍ଡିଆ ୱେଷ୍ଟଇଣ୍ଡିଜ ମ୍ୟାଚ । ସେଥିପାଇଁ ପ୍ରଶାସନିକ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଷ୍ଟାଡିୟମ ତଦାରଖ ପାଇଁ ଆଜି ବାରବାଟୀ ଗସ୍ତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତାଙ୍କ ସହ ଡିସିପି ଅଖିଳେଶ୍ବର ସିଂହ, ଓସିଏ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଅଛନ୍ତି । ଖେଳାଳୀଙ୍କ ସୁରକ୍ଷା ସହ ଷ୍ଟାଡିୟମ୍ ରେ ଯେଭଳି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯିବ । ତେବେ ଚଳିତ ଥର ଅସୁରକ୍ଷିତ ଦୃଷ୍ଟିରୁ ୭ ନମ୍ବର ଗ୍ୟାଲେରୀକୁ ସମ୍ପର୍ଣ୍ଣ ବନ୍ଦ ରଖାଯିବ । ଯାହା ଫଳରେ ପ୍ରାୟ ୩୨୦୦ ଦର୍ଶକ କମିବେ  । ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପାଇଁ ଆସନ୍ତା ୧୯ ରେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିବେ । ୨୦ ଓ ୨୧ ରେ ବାରବାଟୀରେ ପ୍ରାକ୍ଟିସ କରିବା କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.