ବିଶ୍ୱକପ୍‌ ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ରହିବେ ୧୫ ପ୍ଲାଟୁନ୍‌ ଫୋର୍ସ

Published By : Prameya-News7 Bureau | October 10, 2022 IST

ଭୁବନେଶ୍ୱର ୧୦।୧୦ : ଆଉ କିଛି ଦିନ ପରେ ଫିପା ଜୁନିୟର ଫୁଟବଲ୍ ବିଶ୍ଵକପ । ଏଥିପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିବ ପୁରା ଷ୍ଟାଡ଼ିୟମ । କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡ଼ିସିପି।

ତେବେ ଡ଼ିସିପିଙ୍କ ପ୍ରତ୍ତ୍ୟକ୍ଷ ତତ୍ତ୍ବାବଧାନରେ ୬ ଅତିରିକ୍ତ ଡ଼ିସିପି, ୧୪ ଏସିପି, ୩୦ ଇନିସପେକ୍ଟର୍, ୧୦୦ ଅଧିକାରୀ, ୨୪୦ କନେଷ୍ଟବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ରହିବେ। ସେହିପରି ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ଵ ଦିଆଯିବ। ଶାନ୍ତିଶୃଙ୍ଖଳାରେ ଖେଳ ପରିଚାଳନା ହେବ  । ସେଥିପାଇଁ କମିଶନରେଟ ପୋଲିସ ପୁରା ପ୍ରସ୍ତୁତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.