ମୃତ ଅଭିନେତ୍ରୀ ନିକିତାଙ୍କ ଶାଶୂ ଓ ଶ୍ବଶୁର ଏବେ ବି ଫେରାର: ପୋଲିସ ଜାରୀ କଲା ଲଟକା
12/01/2019 at 8:40 PM

କଟକ୧୨|୧: ଟେଲିଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ଲିପନଙ୍କ ବାପା ମାଙ୍କୁ ନୋଟିସ ଯାରି କରିଥିଲେ ସୁଦ୍ଧା ସେ ଥାନାରେ ଏଯାଏଁ ହାଜର ହୋଇନାହାନ୍ତି। ତେବେ ଫେରାର ଥିବା କାରଣରୁ ଲିପନଙ୍କ ବାପା ମା ହାଜର ହୋଇନଥିବା ଡିସିପି କହିଛନ୍ତି । ତେବେ ଆଜି ପୁଣି ତାଙ୍କୁ ନୋଟିସ ଦିଆଯିବା ସହ ତାଙ୍କ ଘରେ ନୋଟିକୁ ଲଗାଯାଇଛି ବୋଲି କହିଛନ୍ତି ଡିସିପି

ସୂଚନାଯୋଗ୍ୟ ଯେ, ଓଡିଆ ଧାରବାହିକ ଅଭିନେତ୍ରୀ ନିକିତଙ୍କ ସନ୍ଦେହଜନକ ମୃତ୍ୟୁ ଯୋଗୁଁ ତାଙ୍କ ସ୍ବାମୀ ଲିପନ ସାହୁଙ୍କୁ କଟକ ଚାଉଳଆଗଞ୍ଜ ପୋଲିସ ଗତ ୭ ତାରିଖରେଗିରଫ କରିଛି । ମୃତ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଲିପନଙ୍କ ବା ଓ ମାଙ୍କୁ ମଧ୍ୟ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ ଜାରି କରିଥିଲା । ତେବେ ପୋଲିସ ନୋଟିସ ପାଇବା ପରଠୁ ସେମାନେ ଫେରାର ଅଛନ୍ତି ।

ଗତ ୪ତାରିଖ ରାତିରେ କଟକ ମହାନଦୀ ବିହାରରେ ଥିବା ନିକିତାଙ୍କ ବାପା ଘରେ ନିକିତା ଓ ଲିପନଙ୍କ ଝଗଡା ହୋଇଥିଲା । ଝଗଡା ବେଳେ ଦୁହେଁ ଛାତ ଉପରକୁ ଚାଲିଯାଇଥିଲେ । ଛାତ ଉପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ସମୟରେ ଠେଲାପେଲା ବେଳେ ନିକିତା ଛାତରୁ ପଡିଯାଇଥିଲେ । ତାଙ୍କ ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିଲା । ୪ତାରିଖ ରାତିରେ ହିଁ ନିକିତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ତାରିଖରେ ନିକିତାଙ୍କ ମୃତ୍ୟୁ ହୋଇଯାଇଥିଲା ।