ନକଲି ଭୋଟ ଦେବାକୁ ଆସି ଫସିଲେ ବିଜେପି ନେତା, ଧରାପକାଇଲେ ସମାଜବାଦୀ ପାର୍ଟିର ୨ ଏଜେଣ୍ଟ

Published By : Prameya-News7 Bureau | December 02, 2020 IST

ଲକ୍ଷ୍ନୌ ୦୨।୧୨: ମିଛ ଭୋଟ ଦେବାକୁ ଯାଇ ଫସିଲେ ବିଜେପି ନେତା ।  ଉତ୍ତରପ୍ରଦେଶର ବିଧାନ ପରିଷଦର ୧୧ଟି ସିଟ୍‌ ପାଇଁ ଆଜି ମତଦାନ ମଧ୍ୟରେ ଏପରି ଦେଖିବାକୁ ମିଳିଛି । କଡା ସୁରକ୍ଷାବଳୟରେ ମଧ୍ୟରେ ଭୋଟଗ୍ରହଣ ହୋଇଯାଇଛି । କିନ୍ତୁ ଏହି ସମୟରେ ଭାରତୀୟ ଜନତା ପାର୍ଟିରେ ଜଣେ ନେତାଙ୍କୁ ନକଲି  ଭୋଟ ଦେଉଥିବା ଅଭିଯୋଗରେ ଧରାପଡିଛନ୍ତି । ମତଦାନ ସମୟରେ ବିଜେପିର ନୋଏଡ଼ା ଦାଦରୀ ନଗର ପାଳିକାର ମନିନିତ ସଭାସଦଙ୍କୁ ନକଲି ଭୋଟ ଦେଉଥିବା ସମୟରେ ସମାଜବାଦୀ ପାର୍ଟିର ଏଜେଣ୍ଟମାନେ ଧରି ପୋଲିସ ଜିମା ଦେଇଛନ୍ତି ।

ପଞ୍ଜାବକିଶୋରୀରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ , ଗତ କିଛି ଦିନ ହେଲା ସମାଜବାଦୀ ପାର୍ଟି ଓ ବିଜେପି ମଧ୍ୟରେ ଉତ୍ତେଜାନପୂର୍ଣ୍ଣ ମାହୋଲ ରହିଛି । ସପାର ଜିଲ୍ଲା ପ୍ରବକ୍ତା ଶ୍ୟାମ୍‌ ସିଂହ ଭାଟି ବିଧାନ ପରିଷଦ ନିର୍ବାଚନ ପାଇଁ ପାର୍ଟ ତରଫରୁ ଏଜେଣ୍ଟ ଭାବେ ଚୟନ ହୋଇଥିଲେ, ତାଙ୍କ ସହିତ ଜଗବୀର ନମ୍ବରଦାର ମଧ୍ୟ ଏଜେଣ୍ଟ ଭାବେ ଚୟନ କରାଯାଇଥିଲା । ତେବେ  ଏହିସ ସମୟରେ ମନୋନୀତ ସଭାସଦ ଦୀପକ ଭାଟୀଙ୍କ ନାଁରେ ଏକ  ଫର୍ମ  ନେଇ ଭୋଟ ଦେବାକୁ ଯାଉଥିଲେ । କିନ୍ତୁ ଏହି ସମୟରେ ସପାର ୨ ଏଜେଣ୍ଟ ସଭାସଦଙ୍କୁ ଚିହ୍ନଟ ଥିଲେ, ଏବଂ ମତଦାନ କରିବାରେ ରୋକ ଲଗାଇଥିଲେ । ଏହି ସମୟରେ ହଙ୍ଗାମା ମଧ୍ୟ ହୋଇଥିଲା । ସପାର ଏଜେଣ୍ଟମାନେ ମିଛ ମତଦାନ କରିବା ଉପରେ ରୋକ ଲଗାଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ ମିଛ ଭୋଟ ଦେଉଥିବା ଲୋକଙ୍କୁ ହସ୍ତାନ୍ତର କରିଥିଲେ ସପା ଏଜେଣ୍ଟ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.