ଗୀତ ଶୁଣି ଗୋଡ ଥୟ ଧରିଲାନି, ଧୁମ୍ ନାଚିଲେ ପୋଲିସ ବାବୁ : ନା ଥିଲା ମାସ୍କ ନା ସାମାଜିକ ଦୂରତା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 27, 2021 IST

ରାଉରକେଲା,୨୭/୦୬: ପୋଲିସ ବାବୁଙ୍କ ଜବରଦସ୍ତ ଡ୍ୟାନ୍ସ । କରୋନା କଟକଣାକୁ ଦଳି ମକଚି ଦେଲେ ଖାକି ବାବୁ । ନା ମୁହଁରେ ଥିଲା ମାସ୍କ ନା ସାମାଜିକ ଦୂରତା । ଗୀତର ତାଳେ ତାଳେ ହଲୁଥିଲା ପାଦ । ଏପରି ଏକ ଭିଡିଓ ଭାଇରାଲ ହୋଇଛି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନାର ଜଣେ ହାବିଲଦାର ।

ସୂଚନା ଅନୁସାରେ,  ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ସବୁବେଳେ ପାଲଟିଥାଏ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । ଗତ ବର୍ଷ ଜୁଲାଇ ମାସରେ ଏହି ଥାନାର ତତ୍କାଳୀନ ଆଇଆଇସି ଆନନ୍ଦ ମାଝୀ ନାବାଳିକାକୁ ଦୁର୍ଷ୍ମମ ମାମଲାରେ ବହିଷ୍ମୁତ ହୋଇ ଏଭେ ଜେଲରେ। ତାପରେ   ଥାନାର ମହିଳା ଆଇଆଇସି ସ୍ଵାମୀଙ୍କ ନିର୍ଯ୍ୟାତନାରେ ଥାନାରେ ଦ୍ବାରସ୍ତ ହୋଇ ନ୍ୟାୟ ମାଗିଥିଲେ ।  ପୁଣି ତାପରେ  ଏହି ଥାନାରେ ହାଜତ ମୃତ୍ୟୁ ଘଟଣାରେ ଅନ୍ୟ ଜଣେ ମହିଳା ଆଇଆଇସି ନିଲମ୍ବିତ ହୋଇଥିଲେ । ସତେ ଯେମିତି ବୀରମିତ୍ରପୁର ଥାନା ପାଲଟିଛି ଅଭିଶାପ । ପୁଣି ଏବେ ଥାନାର ହାବିଲଦାରଙ୍କ କାମ ଚର୍ଚ୍ଚାର ପରିଧିକୁ ଆସିଛି ।

ବୀରମିତ୍ରପୁର ଥାନା ଅଧିନରେ ଥିବା ବୀରମିତ୍ରପୁର ଫାଣ୍ଡିରେ କାମ କରନ୍ତି ହାବିଲଦାର ପ୍ରଶା ପଟ୍ଟନାୟକ ଓରଫ ବୁଲୁ ଭାଇ । କିଛି ଦିନ ତଳେ ବୀରମିତ୍ରପୁର ଭାତିରୋଡ଼ ଅଞ୍ଚଳରେ ଅନୁଷ୍ଠିତ ବିବାହ ଉତ୍ସବରେ ଯୋଗ ଦେବାକୁ ସାଧା ପୋଷାକରେ ଯାଇଥିଲେ ହାବିଲଦାର ପ୍ରଶା ପଟ୍ଟନାୟକ । ହେଲେ ମାନିନଥିଲେ କୋଭିଡ଼ ପ୍ରୋଟକଲ । ନାଁ ଥିଲା ମୁହଁରେ ମାକ୍ସ ନା ଥିଲା ସାମାଜିକ ଦୁରତା । ଜଣେ ପୋଲିସ ହାବିଲଦାର ହୋଇ ବେଖାତିର କରିଥିଲେ କୋଭିଡ଼ ପ୍ରୋଟକଲ ଆଉ ଝାଡ଼ଖଣ୍ଡର ସାଦ୍ରୀ ଗୀତରେ ନାଚି ମସଗୁଲ ହୋଇଥିଲେ । ଯାହା ଫେସବୁକରେ ଲାଇଭ୍ ମଧ୍ୟ ହେଲା ଆଉ ଏବେ ପୋଲିସ ମାମୁଁଙ୍କ ନାଚ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବୁଲୁଛି ମୋବାଇରୁ ମୋବାଇଲ । 

wp:html /wp:html

ପୋଲିସ ବାବୁ ସାଧା ପୋଷାକରେ ବିବାହ ଉତ୍ସବରେ ଯୋଗଦେବା ସହ ନାଚିବା ତାଙ୍କର ବ୍ୟକ୍ତିଗତ କଥା । କୋଭିଡ଼ କଟକଣାକୁ  ନେଇ ଲୋକଙ୍କୁ  ସଚେତନ କରାଉଥିବା ସହ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ପୋଲିସ ବାବୁ ।  ତେବେ ଏହି ହାବିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଆଗକୁ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.