ପୁରୀରେ ପୋଲିସର ଅମାନୁଷିକ ଲାଠିଚାର୍ଜ ; ୩୦ରୁ ଅଧିକ ଆହତ
29/09/2018 at 9:24 AM

ପୁରୀ ୨୯|୯: ପୁରୀରେ ପୋଲିସର ଅମାନୁଷିକ ଲାଠିଚାର୍ଜ ଓ ଦମନଲୀଳା। ପୁରୀ ପୋଲିସର ଟାର୍ଗେଟ ରହିଛନ୍ତି ସାମ୍ବାଦିକ ଏବଂ ଓକିଲ । ଯେମିତି ରକ୍ତମୁଖା ହୋଇ ଯାଇଛି ପୁରୀ ପୋଲିସ । ପୋଲିସର ସଂଘବଦ୍ଧ ଆକ୍ରମଣରେ ଶତାଧିକ ଲୋକ ଲହୁଲୁହାଣ ହୋଇଥିବା ବେଳେ ୧୦ ରୁ ଅଧିକ ସାମ୍ବାଦିକ, କ୍ୟାମେରାମ୍ୟାନ୍ ଆହତ ହେ।ଇଛନ୍ତି । ୨ ଜଣ ସାମ୍ବାଦିକ ଗୁରୁତର ହେ।ଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ରାତିରେ ପୁରୀ ଡ଼ାକ୍ତରଖାନା ଛକରେ ଥିବା ଖୁଣ୍ଟିଆ ପେଟ୍ରେ।ଲ ଟାଙ୍କିରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେ।ଇଥିଲା। କମ୍ ପରିମାଣର ପେଟ୍ରୋଲ୍ ଓ ଅପମିଶ୍ରିତ ପେଟ୍ରୋଲ୍ ଦିଆଯାଉଥିବା ଅଭିଯେ।ଗରେ ଲେ।କେ ଟାଙ୍କିରେ ପାଟିତୁଣ୍ଡ ଓ ହେ।ହାଲ୍ଲା କରିଥିଲେ। ପରେ ୨୦୦ରୁ ଉର୍ଦ୍ଧ୍ବ ସ୍ଥାନୀୟଲେ।କେ ଏକାଠି ହେ।ଇ ପେଟ୍ରେ।ଲ୍ ଟାଙ୍କିରେ ଭଙ୍ଗାରୁଜା କରିଥିଲେ। ସେହି ସମୟରେ ୩୦ରୁ ଉର୍ଦ୍ଧ୍ବ ସାମ୍ବାଦିକ, କ୍ୟାମେରା ମ୍ୟାନ୍ ସେଠାରେ ପହଞ୍ଚି ଖବର ସଂଗ୍ରହ କରୁଥିବା ବେଳେ ପେ।ଲିସ ରେ।ଷର ଶିକାର ହେ।ଇଥିଲେ। ହଠାତ୍ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପେ।ଲିସ ଲାଠି ଧରି ଅମାନୁଷିକ ଭାବେ ପିଟିବା ଆରମ୍ଭ କରିଥିଲେ। ସାମ୍ବାଦିକ ମାନେ ନିଜର ପରଚୟ ପତ୍ର କ୍ୟାମେରା ଓ ବୁମ୍ ଦେଖାଇ ମାଡ଼ରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଛାଡ଼ିନଥିଲା। ବଡ଼ଦାଣ୍ଡରେ ଗେ।ଡ଼ାଇ ଗେ।ଡ଼ାଇ ନିସ୍ତୁକ ପଟିଥିଲା। ପେ।ଲିସ ମାଡ଼ରେ ଅନେକ ନିରୀହ ଦେଖେଣାହାରୀ, କର୍ତ୍ତବ୍ୟରତ ସାମ୍ବାଦିକ, ବାର୍ ଆସୋସିଏସନରେ କର୍ମକର୍ତ୍ତାମାନେ ଆହତ ହେ।ଇଥିଲେ। ପରେ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ଏ ସଂପର୍କରେ ଅବଗତ କରାଯିବା ପରେ ସେ ଆସି ପହଞ୍ଚିଥିଲେ ମଧ୍ୟ ପେ।ଲିସ ବିରେ।ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଦୀର୍ଘ ସମୟ ଧରି ସାମ୍ବାଦିକ ଏବଂ ବାର ଆସେ।ସିଏସନର କର୍ମକର୍ତ୍ତାମାନେ ପେ।ଲିସ ମାଡ଼ର ପ୍ରତିବାଦ କରି ଧାରଣାରେ ବସିଥିଲେ।