ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ହୋମଗାର୍ଡଙ୍କୁ ଧକ୍କା ମାରି ଖସି ପଳାଉଥିଲେ ଏଟିଏମ ଲୁଟେରା, ଗୋଡେଇ ଧରିଲା ପୋଲିସ : ଗାଡ଼ି ଓ ଗ୍ୟାସ୍ କଟର ଜବତ

27/08/2021 at 1:42 PM

ମୋରଡା, ୨୭/୦୮ : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବିଫଳ । ଫେରାର ହେଲାବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ଗ୍ୟାସକଟର ଦ୍ଵାରା ଏଟିଏମ୍ ମେସିନ୍ କାଟି ଟଙ୍କା ଲୁଟିନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି କିଛି ଦୁର୍ବୁତ୍ତ। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଧୀନରେ ଥିବା ଜମ୍ଭୀରା ଫାଣ୍ଡି ଅନ୍ତର୍ଗତ ସାନଦେଉଳି ବଜାରରେ ଏଭଳି ଘଟଣା ଘଟିଛି। ତେବେ ଏଟିଏମ୍ ଲୁଟେରାଙ୍କୁ ଗୋଡ଼ାଇ ଗୋଡାଇ ପୋଲିସ କାବୁ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଶୁଳିଆପଦା ବ୍ଲକ ଅନ୍ତର୍ଗତ ସାନଦେଉଳି ଠାରେ ଥିବା ଏକ ଏଟିଏମ୍‌କୁ ଗୁରୁବାର ରାତିରେ କିଛି ଲୁଟେରା ଲୁଟ୍ ଉଦ୍ୟମ କରିଥିଲେ। ଭୋର ପ୍ରାୟ ୩ଟା ସମୟରେ ଲୁଟେରାମାନେ ଏଟିଏମ୍ ଭିତରେ ପଶିଥିଲେ।  ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ୍‌କୁ କାଟି ଗଚ୍ଛିତ ଥିବା ଟଙ୍କା ନେବାକୁ ଚେଷ୍ଟା କରୁଥିବା ବେଳେ ବଜାରରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ନଜରକୁ ଆସିଥିଲା। ହୋମଗାର୍ଡମାନେ ଚଢ଼ାଉ କରିବାରୁ ଚୋରମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଘଟଣାସ୍ଥଳରେ ଏଟିଏମ୍ ଲୁଟେରା ଏବଂ ହୋମଗାର୍ଡମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସେହି ସମୟ ମଧ୍ୟରେ ଚାନ୍ଦୁଆ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ଡ୍ୟୁଟିରେ ଥିବା ହୋମଗାର୍ଡ। ଥାନା ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ସଦର ଏସଡ଼ିପିଓଙ୍କୁ। ପରେ ଥାନା ଅଧିକାରୀ ଏବଂ ଏସଡ଼ିପିଓ ସଦର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଟିଏମ୍ ଲୁଟ ଉଦ୍ୟମ କରି ବିଫଳ ହେବାପରେ ଦୁର୍ବୃତ୍ତମାନେ ଆସିଥିବା ମାରୁତି ଭ୍ୟାନ୍ WB 34 BU 2018 ନଂରେ ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ଲୁଟେରାଙ୍କ ଗାଡ଼ିକୁ ପିଛାକରିଥିବା ବେଳେ ବାଘଡ଼ା ଅଞ୍ଚଳର ପାକଟିଆ ଜଙ୍ଗଲ ରାସ୍ତାରେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଖସି ଚାଲିଯାଇଥିଲେ। ଝାଡଗ୍ରାମ ଥାନା ପୋଲିସକୁ ଖବର ଦେବାରୁ ଝାଡଗ୍ରାମ ଥାନା ପୋଲିସ ତତ୍ପରତା ଦେଖାଇ ରାସ୍ତାରେ କାବୁକରି ନିଜ ଅକ୍ତିଆରକୁ ନେବା ସହ ଲୁଟେରାଙ୍କୁ ଗିରଫ କରି ବ୍ୟବହୃତ ମାରୁତି ଭ୍ୟାନ୍‌କୁ ଜବତ କରିଛି।

ଏଟିଏମ୍ ସମ୍ମୁଖରେ ଧସ୍ତାଧସ୍ତି ସମୟରେ ଲୁଟେରାଙ୍କ ଠାରୁ ହୋମଗାର୍ଡ ଏକ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ସେହି ଫୋନର ସ୍କ୍ରିନଲକ୍ ଫିଙ୍ଗର ପ୍ରିଣ୍ଟ ଦ୍ଵାରା ଅନଲକ ହେଉଥିବା ବେଳେ ଧରାପଡିଥିବା ଲୁଟେରାଙ୍କ ମଧ୍ୟରୁ ଜଣକ ଫିଙ୍ଗର ପ୍ରିଣ୍ଟ୍ ଦ୍ଵାରା ଅନଲକ୍ ହୋଇଛି।  ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

   Related Posts