କେମିତି ମଲେ ଉଦିତ୍ ନଗର ଥାନା ମହିଳା ASI? ଆସିଷ୍ଟାଣ୍ଟ କଲେକ୍ଟରଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ

Published By : Prameya-News7 Bureau | October 02, 2023 IST

ରାଉରକେଲା ୦୨/୧୦: ରାଉରକେଲା ଉଦିତ ନଗର ଥାନାର ASI ଏଲିସ୍ ନାର୍ମୀ ଲୁଗୁନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ହୋଟେଲରେ ରହୁଥିବା ସମୟରେ ସୁସ୍ମିତା ମିଞ୍ଜଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ASI ଏଲିସ୍ ନାର୍ମୀ ଲୁଗୁନ । ଗତ ୧୯ ତାରିଖର ମୃତ୍ୟୁ ଘଟିଥିଲା ସୁସ୍ମିତା ମିଞ୍ଜଙ୍କ । ଏହାପରେ ୨୦ ତାରିଖରେ ସସ୍ମିତାଙ୍କ ପରିବାର ଲୋକେ ଆଣିଥିଲେ ହତ୍ୟା ଅଭିଯୋଗ ।

ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ bdo , ଗୁରୁଣ୍ଡିଆ cdpo ଙ୍କ ସହ ପୋଲିସ asi ଲୁଗୁନ। ଆଉ ରବିବାର ଏଲିସ୍ ନାର୍ମୀ ଲୁଗୁନଙ୍କ ହୋଇଛି ମୃତ୍ୟୁ । କହିବାକୁ ଗଲେ ଗଣ୍ଡଗୋଳ ରୋକିବାକୁ ଯାଇ ଜୀବନ ଗଲା । ରବିବାର ଅପରାହ୍ନରେ ରାଜା ଗୋଲ୍ଡ ନାମକ ଯାତ୍ରୀବାହୀ ବସ ରାଜଗାଙ୍ଗପୁରରୁ ରାଉରକେଲା ଯାଉଥିଲା ।

ଉଦିତ ନଗର ଅଗ୍ରସେନ୍ ଭବନ ଛକରେ ଅଗ୍ରେଶନ ଭବନ ଆଡ଼ୁ ଏକ କାର ଆସିବା ଫଳରେ ଯାତ୍ରୀ ବାହି ବସ୍ ସହ ଘଷି ହୋଇଯାଉଥିଲା । ବସ ଡ୍ରାଇଭର ବସ ଅଟକାଇ କାର ମାଲିକଙ୍କ ସହ ବୁଝାମଣା କରି ଷ୍ଟାଣ୍ଡରେ ଯାତ୍ରୀ ଓଲାଇ ଆସି କାର ମରାମତି କରିଦେବାକୁ ଚୁକ୍ତି ହେବା ପରେ ଯାତ୍ରୀବାହୀ ବାସ ବସ ଯାଉଥିଲା ।

ଏହି ସମୟରେ କାର୍ ମାଲିକ ଫୋନ୍ କରିବା ପରେ ବିର୍ଜା ପାଲିରୁ କିଛି ମହିଳା ପୁରୁଷଙ୍କୁ ଡକାଇ ଥିଲା । ବସ୍‌ଟିକୁ ମ୍ୟୁନିସିପାଲଟି ଛକରେ ଅଟକାଇ ଗଣ୍ଡଗୋଳ କରିଥିଲେ ଲୋକେ । ଖବର ପାଇ PCR ଭ୍ୟାନରେ ଉଦିତ ନଗର ମହିଳା ASI ଏନ, lugun ପହଞ୍ଚି ବୁଝାସୁଝା କରିଥିଲେ । ହେଲେ ମାନିନଥିଲେ ଉତ୍ୟକ୍ତ ଲୋକେ ।

ହଠାତ୍ ତଳେ ପଡିଗଲେ ମହିଳା ASI । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗଣ୍ଡଗୋଳ କରିଥିବା ମହିଳା ପୁରୁଷଙ୍କୁ ଉଦିତ ନଗର ପୋଲିସ ଅଟକ ରଖିଥିବା ବେଳେ କାର ଏବଂ ବସକୁ ଜବତ କରିଛି । ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଅଭିଯୋଗ ଆଧାର ରେ ସର ଜମିନ ତଦନ୍ତ କରାଯିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.