ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୟାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମହିଳା ପୋଷ୍ଟମାଷ୍ଟରଙ୍କୁ ଦୁର୍ବ୍ୟବହାର କରୁଛନ୍ତି ପୋଲିସ ବାବୁ; ଅଭିଯୋଗ ପରେ ତଦନ୍ତ ଜାରି

16/03/2023 at 11:28 PM

ତେଲକୋଇ ୧୬/୦୨: ମହିଳା ପୋଷ୍ଟମାଷ୍ଟରଙ୍କୁ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର। ସମ୍ପୃକ୍ତ ମହିଳାଙ୍କୁ ଏଏସଆଇ ଜଣଙ୍କ ବାରମ୍ୱାର କଲ୍‌ କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଖରାପ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଛି। ଏନେଇ ତେଲକୋଇ ଥାନାରେ ମହିଳା ପୋଷ୍ଟମାଷ୍ଟର ଜଣଙ୍କ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ, ଅଭିଯୋଗକାରିଣୀ ଗତ ୧୪ ତାରିଖରେ ଏକ ଅଭିଯୋଗ କରିବାକୁ ଆସିଥିଲେ। ସେ ଏଏସଆଇଙ୍କୁ ଚିହ୍ନି ନଥିବାରୁ ତାଙ୍କୁ ଥାନାଧିକାରୀ ବୋଲି ଭାବି ନିଜର  ଫୋନ୍‌ ନମ୍ବର ଦେଇଥିଲେ। ଫଳରେ ଏଏସଆଇ ଜଣଙ୍କ ରାତିରେ ପ୍ରଥମେ ତାଙ୍କ ସ୍ବାମୀ କଣ କରନ୍ତି? ତାଙ୍କ ପାଖରେ ସ୍ବାମୀ ରହୁଛନ୍ତି କି ନାହିଁ? ଏସବୁ ପଚାରିବା ପରେ ଏଏସଆଇ ଜଣଙ୍କ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବା ଜାଣିବାକୁ ପାଇଥିଲେ।

ପରେ ମହିଳା ଜଣଙ୍କ ଏକା ରହିବାର ସୁଯୋଗ ନେଇ ପୋଲିସ ବାବୁ ଜଣଙ୍କ ଫୋନ୍‌ରେ ଅଶ୍ଳୀଳ ଭାଷାରେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ବାରମ୍ବାର ଫୋନ କରି ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ  ମଧ୍ୟ କରୁଥିଲେ।  ସେହି ପୋଲିସଙ୍କର ଏପରି କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ମହିଳା ଜଣଙ୍କ ଥାନାରେ ୧୫ ତାରିଖ ଏତଲା ଦେଇଥିଲେ। ପରେ ପୋଲିସ  ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ସେପଟେ ଏନଇ ତେଲକୋଇ ଥାନା ଅଧିକାରିଣୀଙ୍କୁ ପଚାରିବାରୁ ସେ ଏବିଷୟରେ ମୁହଁ ଖୋଲି ନାହାନ୍ତି।

   Related Posts