ରାସ୍ତା ପାର ହେଉଥିବାବେଳେ ଧକ୍କା ଦେଲା ବାଇକ୍, ନିଶ୍ଚିନ୍ତକୋଇଲି ଥାନା ଏଏସ୍‌ଆଇ ଗୁରୁତର

Published By : Prameya-News7 Bureau | February 09, 2020 IST

ନିଶ୍ଚିନ୍ତକୋଇଲି ୯।୨: ବାଇକ୍ ଧକ୍କାରେ ନିଶ୍ଚିନ୍ତକୋଇଲି ଏଏସଆଇ ପ୍ରମୋଦ କୁମାର ଦାସ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭୁବନେଶ୍ବର ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଥାନାରେ ଦୁଇ ବାଇକ୍ ଆରୋହୀ ଅଟକ।

{"id":222101,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଏଏସଆଇ ପ୍ରମୋଦ କୁମାର ଦାସ କଟକ-ଚାନ୍ଦବାଲି ରାସ୍ତାର ଥାନା ଛକଠାରେ ରାସ୍ତା ପାର ହେଉଥିବାବେଳେ ଏକ ପ୍ୟାସନ ପ୍ଲସ୍ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ବାଇକ୍ ଆରୋହୀ ଦୁଇ ଜଣ ମଦ୍ୟପାନ କରି ଗାଡି ଦ୍ରୁତ ଗତିରେ ଚଳାଉଥିଲେ। ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

{"id":222102,"sizeSlug":"large"}

ବାଇକ୍ ଆରୋହୀ ହେଲେ ଖୋର୍ଦ୍ଧାର ରାଜେଶ ସ୍ବାଇଁ ଏବଂ ଚୌଦ୍ଵାରର ଦିପ୍ତି ରଞ୍ଜନ ମହାନ୍ତି। ବାଇକ୍ କୁ ଜବତ କରିବା ସହ ଉଭୟ ବାଇକ୍ ଆରୋହୀଙ୍କୁ ନିଶ୍ଚିନ୍ତକୋଇଲି ଥାନାରେ ପୋଲିସ ଅଟକ ରଖି ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.