ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର : ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | November 16, 2023 IST

ବାରଙ୍ଗ ୧୬।୧୧: ଧରାପଡିଗଲା ବାବାଙ୍କ କେଳେଙ୍କାରୀ । ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର । ଭଡ଼ା ଘରେ କରିଥିଲେ ଗୋଦାମ । ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର । ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର । ବାବାଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଦୀର୍ଘବର୍ଷ ଧରି ବାବା ଏବଂ ଚେଲା ପରିଚୟ ଦେଇ ରାଜଧାନୀ ତଥା ବିଭିନ୍ନ ସହରକୁ ଗଞ୍ଜେଇ କାରବାର କରୁଥିବା ଦୁଇ ନିଶା ବେପାରୀଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଫୁଲବାଣୀରୁ ବସ୍ ଏବଂ କାର୍ ଯୋଗେ ଗଞ୍ଜେଇ ମଗାଇ ପଟିଆ କାନନବିହାର ସ୍ଥିତ ଭଡ଼ା ଘରେ କରିଥିଲେ ଗୋଦାମ । ଧର୍ମ ପ୍ରଚାର ଆଳରେ ସ୍କୁଟିରେ ବୁଲି ବୁଲି ଗଞ୍ଜେଇ ବିକ୍ରି କରୁଥିଲେ । ବୁଧବାର ଦିନ ବାବା ଓ ଚେଲା ଡିଲ୍ କରୁଥିବା ସମୟରେ ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ଥିବା ଚନ୍ଦ୍ରଶେଖରପୁର ଥାନା ପୋଲିସ ବାବା ବିଚିତ୍ର ପଣ୍ଡା ଓ ଚେଲା ଉତ୍ତମ ମହାନ୍ତିଙ୍କୁ ଗିରଫ କରିଛି । ଉଭୟଙ୍କ ପାଖରୁ ୧୦ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଜବତ ସହ ଦୁଇଟି ମୋବାଇଲ, ଗୋଟିଏ  ହୋଣ୍ଡା ଆକ୍ଟିଭା ଏବଂ ନଗଦ ଦୁଇ ହଜାର ଟଙ୍କା ଜବତ କରିଛି ପୋଲିସ ।

You Can Read:

wp:embed {"url":"https://www.prameyanews7.com/two-persons-give-their-statement-over-naba-das-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-persons-give-their-statement-over-naba-das-case/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.