ଛତିଶଗଡ ମାଆ-ଝିଅ ମର୍ଡର ମାମଲା : ଟ୍ରାନ୍ସପୋର୍ଟ ମାଲିକଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | February 17, 2020 IST

ରାୟଗଡ଼ ୧୭/୨: ଛତିଶଗଡ଼ରେ ମାଆ ଝିଅ ଡବଲ ମର୍ଡର ଘଟଣାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ହଟୁଛି । ଟ୍ରାନ୍ସପୋର୍ଟ ମାଲିକଙ୍କୁ ଉଠାଇ ନେଇଛି ପୋଲିସ । ସେପଟେ ହତ୍ୟାକାଣ୍ଡ ସହ ଅନୁପ ସାଏଙ୍କ ସମ୍ପର୍କୀୟ ଜଡିତ । ହତ୍ୟାକାଣ୍ଡରେ ଦୁଇଟି ଗାଡ଼ି ବ୍ୟବହାର ହୋଇଥିଲା । ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଜେରା ପରେ ଏହି ଖୁଲାସା ହୋଇଛି ।

ଶୁକ୍ରବାର ବିଳମ୍ବିତ ରାତିରେ ବ୍ରଜରାଜନଗର ବଘରାଚକା ସ୍ଥିତ ଘରୁ ବର୍ଦ୍ଧନଙ୍କୁ ଉଠାଇ ନେଇଥିଲା ରାୟଗଡ଼ ପୋଲିସ । ଜେରାବେଳେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛନ୍ତି ବର୍ଦ୍ଧନ । ଗତକାଲି ପୋଲିସ ବର୍ଦ୍ଧନଙ୍କୁ ସାଙ୍ଗରେ ଆଣି ହତ୍ୟାକାଣ୍ଡ ସ୍ଥଳରେ ଡେମୋ କରିଛି । ଡବଲ ମର୍ଡର ମାମଲାର ଖୁଲାସା କରିବାରେ ପୋଲିସକୁ ସଫଳତା ମିଳିବା ପରେ ଏବେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଏବଂ ଲୁହା ରଡ୍ ଜବତ କରିବା ଚ୍ୟାଲେଞ୍ଜ ହୋଇଛି । ଏଥିପାଇଁ ଛତିଶଗଡ଼ର ଏକ ପୋଲିସ ଟିମ୍ ଓଡ଼ିଶା ଆସିଛି । ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଅନୁପଙ୍କୁ ରିମାଣ୍ଡରେ ଆଣି ତାଙ୍କର ନାର୍କୋ ଆନାଲିସିସ୍ ଟେଷ୍ଟ କରାଇବାକୁ କୋର୍ଟରେ ଆବେଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି ରାୟଗଡ଼ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.