ନକଲି ନୋଟ୍‌ କାରବାର, ତିନି ଜଣକୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | November 16, 2023 IST

କଳାହାଣ୍ଡି: ନକଲି ନୋଟ୍‌ କାରବାରରେ ୩ ଗିରଫ । ଗିରଫ ଯୁବକମାନେ ହେଲେ ଭବାନୀପାଟଣାର ସନ୍ତୋଷ ଭୋଇ (୨୬), ବୋର୍ଡାର କାହ୍ନା ମହାପାତ୍ର (୨୨) ଓ ରାଜିନପୁରର ମଣ୍ଟୁ ଚନ୍ଦନ (୨୪) । ଗତ ୧୪ ତାରିଖରେ କେ ଗାଁ ଅଞ୍ଚଳରେ ନକଲି ନୋଟ କାରବାର ହେଉଥିବା ନେଇ କେଗାଁ ଥାନାରେ କେସ ନଂ ୨୬୩ରେ ଏକ ଲିଖିତ ଅଭିଯୋଗ ହେଇଥିଲା । ସେହି ଅଭିଯୋଗକୁ ଭିତ୍ତିକରି ଗୁରୁବାର ବୋର୍ଡା ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ସନ୍ତୋଷ ଭୋଇ ଏକ ମେସିନ କିଣି ନକଲି ନୋଟ ଛାପୁଥିଲେ । ପ୍ରଥମେ ଟ୍ରାଏଲ ପାଇଁ ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ୫୦୦ ଏବଂ ୨୦୦ ଟଙ୍କା ନକଲି ନୋଟ ଛାପି ବଜାରକୁ ଛାଡ଼ିଥିଲେ। ତେବେ ଲୋକେ ନକଲି ନୋଟ୍‌ ଜାଣିବା ପାରି ଥାନାରେ ଅଭିଯୋଗ କରିଥିଲେ ଆଉ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଥିଲା ।

ଆହୁରି ପଢ଼ନ୍ତୁ: ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର : ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

ତେବେ ରେଡ୍‌ରେ ସେମାନଙ୍କଠୁ ନୋଟ ଛାପା ମେସିନ ସହ ୯ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଥିବା ଭବାନୀପାଟଣା ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ସୂଚନା ଦେଇଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.