ଅଧ ଡଜନେରୁ ଅଧିକ ଜଣ ସଂପୃକ୍ତ ଅମରେଶ ହତ୍ୟାକାଣ୍ଡରେ, ୧୦ ଦିନରେ ପୋଲିସ ଧରିଛି ମାତ୍ର ତିନି ଜଣଙ୍କୁ

Published By : Prameya-News7 Bureau | November 06, 2019 IST

ଭୁବନେଶ୍ବର ୬|୧୧: ଭୁବନେଶ୍ବର ସୁନ୍ଦରପଦାରେ ଅମରେଶ ନାୟକ ହତ୍ୟାକାଣ୍ଡର ୧୦ଦିନ ପରେ ମୁହଁ ଖୋଲିଲା କମିଶନରେଟ୍‌ ପୋଲିସ । ବର୍ତମାନ ସୁଦ୍ଧା ପୂରା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିବା କହିଲେ ଡିସିପି । ଏଥି ସହ ହତ୍ୟାକାଣ୍ଡରେ ୧୦ରୁ ଅଧିକ ଅଭିଯୁକ୍ତ ସଂପୃକ୍ତ ଥିବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେପଟେ ଅଭିଯୁକ୍ତମାନେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ପୋଲିସ କାହିଁକି ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଅମରେଶଙ୍କ ସମ୍ପର୍କୀୟ ।  …..

{"id":180083}

୧୦ଦିନର କସରତ ପରେ ମୁହଁ ଖୋଲିଲା ପୋଲିସ । ଭୁବନେଶ୍ବର ସୁନ୍ଦରପଦାରେ ଅମରେଶ ନାୟକ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି ବୋଲି ସ୍ପଷ୍ଟ କଲେ ଡିସିପି ଅନୁପ ସାହୁ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ବସ୍ତିଆ ଓ ତା’ର ସହଯୋଗୀ ଜଗଦିଶ୍‌ ଗଜେନ୍ଦ୍ର ଓ ଜିତେନ୍ଦ୍ର ମଲିକକୁ ଗିରଫ କରିଛି ପୋଲିସ । ଦୀପାବଳି ରାତିରେ ଅମରେଶ ନାୟକ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଏହି ସଂଘବଦ୍ଧ ଆକ୍ରମଣରେ ଅମରେଶଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୧୫ରୁ ୨୦ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅମରେଶଙ୍କ ସହଯୋଗୀ ତାଙ୍କ ଏତଲାରେ ଦର୍ଶାଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ମାତ୍ର ୩ଜଣଙ୍କୁ ଗିରଫ କରିପାରିଛି । ଅନ୍ୟମାନଙ୍କୁ ଧରିବାକୁ  ବିଭିନ୍ନ ସ୍ଥାନରେ ଜାରି ରହିଛି ପୋଲିସର ଚଢ଼ାଉ ।

ସେପଟେ ଖୋଲାରେ ବୁଲୁଥିବା ଅଭିଯୁକ୍ତମାନେ ଅମରେଶଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ଧମକ ଚମକ୍‌ ଦେଉଥିବା ଅଭିଯୋଗ ହୋଇଛି । ଫେସ୍‌ବୁକ୍‌ ମାଧ୍ୟମରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଏମିତିରେ ପୋଲିସ ସେମାନଙ୍କୁ ଗିରଫ କରିବାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅମରେଶଙ୍କ ସହଯୋଗୀ ।

{"id":180084}

ଏହି ଘଟଣାରେ କେତେ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଉଛି ତା’ ଉପରେ ରହିବ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.