ଖଲ୍ଲିକୋଟ, ୩୦/୧୦: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ବଜାରରେ ଥିବା ଏକ ଏସବିଆଇ ବ୍ୟାଙ୍କର ଏଟିଏମ ଭାଙ୍ଗି ଲୁଟ କରିବା ଅଭିଯୋଗରେ ଖଲ୍ଲିକୋଟ ପୋଲିସ ଜଣଙ୍କୁ ଗିରଫ କରିଛି | ଗିରଫ ଯୁବକ ଜଣଙ୍କ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ଥି ନୂଆଁଗାଁର ବୁଡୁ ନାହାକ | ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟା ସମୟରେ ଜଣେ ଯୁବକ କେଶପୁର ବଜାରରେ ଥିବା ଏକ ଏସବିଆଇ ବ୍ୟାଙ୍କର ଏଟିଏମରୁ ଟଙ୍କା ଲୁଟ କରିବାରେ ବିଫଳ ହେବା ପରେ ଏକ ବଡ଼ ପଥରରେ ଏଟିଏମଟିକୁ ଭାଙ୍ଗି ଚୁରମାର କରିଦେଇଥିବା ବେଳେ ବାହାର ପଟେ ଲାଗିଥିବା ସିସିଟିଭି କ୍ୟାମେରା ଟିକୁ ମଧ୍ୟ ଭାଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଖଲ୍ଲିକୋଟ ପୋଲିସ ତଦନ୍ତ କରିବା ସହ କେଶପୁର ନିକଟରୁ ଉକ୍ତ ଯୁବକ ଜଣଙ୍କୁ ଗିରଫ କରିଥିଲା |
ବିଜେଡି ଫୋକସରେ ମହିଳା ପ୍ରାର୍ଥୀ, ବିଧାନସଭାରେ ୩୦ରୁ...