ଧରାପଡ଼ିଲା ୫ ଷ୍ଟାର ହୋଟେଲକୁ ଚୂନା ଲଗାଇଥିବା ବ୍ୟକ୍ତି: ରାଜପରିବାର କର୍ମଚାରୀ କହି ଠକିଥିଲା ୨୩ ଲକ୍ଷ

Published By : Prameya-News7 Bureau | January 22, 2023 IST

ନୂଆଦିଲ୍ଲୀ, ୨୨/୦୧: ଧରାପଡ଼ିଲେ ୫ ଷ୍ଟାର ହୋଟେଲର ବିଲ୍‌ ନଦେଇ ଚାଲିଯାଇଥିବା ବ୍ୟକ୍ତି। ଦିଲ୍ଳୀର ଏକ ୫ ଷ୍ଟାର ହୋଟେଲରେ ଆବୁଧାବୀର ରାଜ ପରିବାର ନାଁ ନେଇ ଚୂନା ଲଗାଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ପୋଲିସ ୪୧ ବର୍ଷୀୟ ମୋହମ୍ମଦ ଶରିଫ୍‌କୁ କର୍ଣ୍ଣାଟକରୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣକ କର୍ଣ୍ଣାଟକର ଏବଂ ସେ ଜଣେ ଗ୍ରାଜୁଏଟ୍‌। ସେ ଜଣେ ବ୍ୟବସାୟୀ ବୋଲି କହିଛି। ପୋଲିସ୍‌ କୋର୍ଟରେ ହାଜରେ ପରେ ରିମାଣ୍ଡରେ ନେବ। ବ୍ୟକ୍ତିଜଣକ ଆବୁଧାବୀର ରାଜ ପରିବାରର କର୍ମଚାରୀ କହି ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ମାସ ମାସ ଧରି ରହିଥିଲା ଏବଂ ୨୩ ଲକ୍ଷରୁ ଅଧିକ ଟଙ୍କାର ବିଲ୍ ପୈଠ ନକରି ଚାଲିଯାଇଥିଲା।

ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ୧ ତାରିଖରେ ମହମ୍ମଦ ଶରିଫ୍ ନାମକ ଜଣେ ବ୍ୟକ୍ତି ଦିଲ୍ଳୀ ଲିଲା ପ୍ୟାଲେସ୍‌ରେ ରହିବାକୁ ଆସିଥିଲେ। ସେ ନିଜକୁ ଦୁବାଇ ବାସିନ୍ଦା ବୋଲି କହିଥିଲେ ଏବଂ ଦୁବାଇ ରାଜ ପରିବାର ସହ ଜଡ଼ିତ ବୋଲି କହିଥିଲେ। ଏମିତିକି ସେ ଶେଖ୍‌ ଫଲାହ ବିନ୍ ଜାୟେଦ ଅଲ ନାୟନ ଅତି ନିକଟ କର୍ମଚାରୀ ବୋଲି ପରିଚୟ ଦେଇଥିଲେ ଏବଂ ଏହାକୁ ପ୍ରମାଣିତ କରିବା ପାଇଁ ଡକ୍ୟୁମେଣ୍ଟ ମଧ୍ୟ ଦେଖାଇଥିଲେ।

ଏଠାରେ ୪୨୭ ନମ୍ବର ରୁମ୍‌ରେ ପ୍ରାୟ ୪ ମାସ ପର୍ଯ୍ୟନ୍ତ ରହିଥିଲେ। କିନ୍ତୁ ନଭେମ୍ବର ୨୦ରେ ପ୍ରାୟ ୨୩ ଲକ୍ଷ ଟଙ୍କାର ବିଲ୍‌ ନଦେଇ ଚାଲିଯାଇଥିଲେ। ଏହା ସହ ହୋଟେଲ ରୁମ୍‌ରୁ ଅନେକ କିଛି ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ କରିଛନ୍ତି ହୋଟେଲ ଷ୍ଟାଫ୍। ଲିଲା ପ୍ୟାଲେସ୍‌ ହୋଟେଲ୍‌ ଅଭିଯୋଗ ଆଧାରରେ ଅଭିଯୋଗ ରୁଜୁ କରି ତଦନ୍ତ କରିଥିଲା ପୋଲିସ୍‌। ଆଉ ଏବେ ଉକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.