ପୋଲିସ ପଞ୍ଝାରେ ଲୁଟେରା, ସୁନା ସହିତ ନଗଦ ଟଙ୍କା ଜବତ

Published By : Prameya-News7 Bureau | November 28, 2023 IST

ଭୁବନେଶ୍ୱର ୨୮।୧୧ : ବଡ଼ଗଡ଼ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ଲୁଟେରା । ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି । ଲୁଟେରା ସହ ଦୁଇ ସହଯୋଗୀକୁ ବାନ୍ଧିଛି ପୋଲିସ ।

{"id":875771,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଲୁଟେରା ପୂର୍ଣ୍ଣ ଚନ୍ଦ୍ର ବେହେରା ଘର ବୁଲି ବାଳ କିଣୁଥିଲା । ଏହାପରେ ସୁଯୋଗ ଦେଖି ଘରେ କଳାକନା ବୁଲାଇ ଦେଉଥିଲା ଲୁଟେରା । ପୋଲିସ ନିକଟରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଶେଷରେ ପୁରୁଣା ଟଙ୍କିକିଆ ବଦଳ କରିବାକୁ ଯାଇ ପୋଲିସ ହାତରେ ଧରାପଡିଲା ଲୁଟେରା ପୂର୍ଣ୍ଣ । ଏହାସହିତ ଦୁଇ ସହଯୋଗୀଙ୍କୁ ଗିରଫ ବି କରିଛି ପୋଲିସ । ଗିରଫ ଦୁଇ ସହଯୋଗୀଙ୍କ ନାମ ଶିବ ବେହେରା ଏବଂ ରମେଶ ବେହେରା ବୋଲି ଜଣାପଡିଛି । ସେହିପରି ଲୁଟେରାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି ।

wp:embed {"url":"https://www.prameyanews7.com/martin-guptill-reaction-on-ms-dhonis-run-out/","type":"wp-embed","providerNameSlug":"prameya-news-7"}
https://www.prameyanews7.com/martin-guptill-reaction-on-ms-dhonis-run-out/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.