ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମୁଁ ରାଷ୍ଟ୍ରପତିଙ୍କ ଝିଅ..ସୋସାଇଟିର ଫ୍ଲାଟରେ ଚାଲୁଛି ହୁକ୍କା ବାର, ଜଲଦି କାର୍ଯ୍ୟାନୁଷ୍ଠାନ କର…

25/08/2022 at 6:43 PM

ନୋଏଡା ୨୫।୮:  ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ନାମରେ ଟ୍ୱିଟରରେ ନକଲି ଆକାଉଣ୍ଟ କରି ଟ୍ୱିଟ୍ କରୁଥିବା ଜନୈକ ବ୍ୟକ୍ତିଙ୍କୁ ଥାନା ବିଟା-୨ ପୋଲିସ ଗିରଫ କରିଛି। ଗ୍ରେଟର ନୋଏଡାର ନିମ୍ବସ୍‌ ସୋସାଇଟିରେ ରହୁଥିବା ଓ ପେଷାରେ ଇଞ୍ଜିନିୟର ଶୈଳେନ୍ଦ୍ର ଶୁକ୍ଲା ଏପରି ବଦମାସୀ କରିଥିବା ପୋଲିସ ଅଧିକାରୀ କହିଛନ୍ତି। ପୋଲିସ ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ ଜବତ କରିଛି।

ଶୈଳେନ୍ଦ୍ର ରାଷ୍ଟ୍ରପତିଙ୍କ ଝିଅ ନାମରେ ଏକ ନକଲୀ ଟ୍ୱିଟର ଆକାଉଣ୍ଟ ଖୋଲି ସୋସାଇଟିର ଏକ ଫ୍ଲାଟ୍‌ରେ ଅବୈଧ ହୁକ୍କା ବାର ଚାଲୁଥିବା ଓ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ନଜରରେ ପଡିବା ମାତ୍ରେ ବିଟା-୨ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ସହ ସୋସାଇଟିର ଫ୍ଲାଟ୍‌ରେ ଚଢଉ କରିଥିଲା। ତେବେ ସେଠାରେ ସେପରି କିଛି ନପାଇ ମାମଲାର ଯାଞ୍ଚ ବେଳେ ଶୈଳେନ୍ଦ୍ର ଶୁକ୍ଲାଙ୍କୁ ଅଟକ ରଖିଛି।

ପୋଲିସ ଯାଞ୍ଚରୁ ଯେଉଁ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍‌ କରାଯାଇଥିଲା ତାହା ପ୍ରଥମତଃ ରାଷ୍ଟ୍ରପତିଙ୍କ ଝିଅର ନଥିଲା। ତାଙ୍କ ନାମରେ ଏକ ନକଲୀ ଟ୍ୱିଟର ଆକାଉଣ୍ଟ କରାଯାଇଥିବାର ଜଣାପଡିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏଥିରେ ଇଞ୍ଜିନିୟନର ଶୈଳେନ୍ଦ୍ର ଶୁକ୍ଳା ଏପରି ଟ୍ୱିଟ୍‌ର ଆକାଉଣ୍ଟ କରିଥିବା ଜଣାପଡିଥିଲା। ପଚରା ଉଚରା ପରେ ପୋଲିସ ଶୈଳେନ୍ଦ୍ରକୁ ଗିରଫ କରିଛି।

   Related Posts