ପାହାଡ଼ ଉପରେ ଲୁଚିଥିଲା ଏଟିଏମ୍ ଲୁଟେରା, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ୍
19/03/2023 at 8:08 PM

ନୀଳଗିରି, ୧୯/୩: ଦେବଗିରି ପାହାଡ଼ରେ ଲୁଚିଥିବା ଏଟିଏମ ଲୁଟ୍ର ମାଷ୍ଟର ମାଇଣ୍ଡ ବାପିନକୁ ଗିରଫ କଲା ପୋଲିସ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଟିଏମ ଭାଙ୍ଗି ଆଖିପିଛୁଳାକେ ଉଦ୍ଭାନ ହୋଇଯାଉଥିଲା ସତ୍ୟବ୍ରତ ନାୟକ ଓରଫ ବାପିନ।
ତେବେ ରବିବାର ମୟୁରଭଞ୍ଜ ଜିଲ୍ଲାର ଜସିପୁର ପୋଲିସ୍ ଓ ନୀଳଗିରି ପୋଲିସ୍ ମଳିତ ଉଦ୍ୟମରେ ଦେବଗିରି ପାହାଡ଼ରେ ଲୁଚିଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲେ। ପରେ ଦୁଇଘଣ୍ଟାର ଅପରେସନ ପରେ ତାକୁ ଗିରଫ କରିଥିବା ସୂଚନା ମିଳିଛି।
କିଛିଦିନ ପୂର୍ବରୁ ବାପିନ୍ର ସହଯୋଗୀକୁ ପୋଲିସ ଗିରଫ କରିଥିବା ବେଳେ ସହଯୋଗୀଠୁଁ ବିଭିନ୍ନ ସ୍ଥାନରେ ଲୂଟ ପରେ ନୀଳଗିରି ଅଞ୍ଚଳରେ ପାହାଡ଼ରେ ଲୁଚିରହିବା ସୂଚନା ପାଇ ପୋଲିସ ଜାଲ ବିଛାଇ ରହିଥିଲା। ରବିବାର ପୋଲିସ ବାପିନକୁ ଧରିବାରେ ସଫଳ ହୋଇଛି।
Related Posts
ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା, ଏମ୍ସରେ ସିବିଆଇ ଚଢାଉ
31 March 2023