ଗିରଫ ହେଲା ଠକ, ଘରୋଇ ହସ୍ପିଟାଲରେ କାମ କରି ଲଗାଉଥିଲା ରୋଗୀଙ୍କୁ ଚୂନା

Published By : Prameya-News7 Bureau | November 17, 2023 IST

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ କାମ କରି ଲଗାଉଥିଲା ରୋଗୀଙ୍କୁ ଚୂନା ଲଗାଉଥବା ଠକକୁ ଗିରଫ କରିଛି ପୋଲିସ୍। ଠକ ଜଣକ ଭରତପୁର ଥାନା ଅଧୀନରେ ଏକ ଘରୋଇ ହସ୍ପିଟାଲରେ ରୋଡିଓଲୋଜିଷ୍ଟ ଭାବରେ କାମ କରୁଥିଲା।

ସୂଚନା ଅନୁଯାୟୀ, ଘରୋଇ ହସ୍ପିଟାଲରେ ରେଡିଓଲୋଜିଷ୍ଟ ଭାବେ କାମ କରୁଥିବା ନାରାୟଣ ବେହେରା ଭିନ୍ନ ଭିନ୍ନ ଉପାୟରେ ରୋଗୀଙ୍କ ବିଲିଂ ସମୟରେ ୩୧ ଲକ୍ଷ ଟଙ୍କା ଠକି ଫେରାର ହୋଇଯାଇଥିଲେ। ପୋଲିସ୍‌ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ କଟକ ବୟାଳିସ ମୌଜାର ଶିଶୁଆ ଗାଁରୁ ଗିରଫ ହୋଇଥିଲା ନାରାୟଣ।

ଆହୁରି ପଢ଼ନ୍ତୁ: ବ୍ଲକ୍ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ମାଡ ଅଭିଯୋଗ, ଥାନାରେ ମାମଲା

୨୦୧୯ ରୁ ୨୦୧୩ ପର୍ଯ୍ୟନ୍ତ ନାରାୟଣ ସେଠାରେ କାମ କରୁଥିବା ବେଳେ ରୋଗୀଙ୍କୁ ମିଛ ବିଲ ଦେଇ ଠକୁଥିଲା । ହସ୍ପିଟାଲର ଅନ୍ୟ ଯେଉଁମାନେ ଏଭଳି ଠକେଇରେ ସମ୍ପୃକ୍ତ ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.