ଜମି ପୋଜେସନ ବେଳେ ୪ ବାହୁବଳୀଙ୍କୁ ଗିରଫ କଲା ପୋଲିସ୍
2/06/2023 at 10:27 PM

ବାରଙ୍ଗ, ୦୨/୦୬: ଜମି ପୋଜେସନ ବେଳେ କ୍ରେନ୍ ଜବତ ସହ ୪ ବାହୁବଳୀଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍ । ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ତନିସ୍କ ସୋ ରୁମ୍ ପାର୍ଶ୍ଵରେ ଏକ ପ୍ରାଇଭେଟ୍ ପ୍ଲଟ୍କୁ ନିଜର ବୋଲି ଦାବି କରିଆସୁଛନ୍ତି ଜଣେ ଡାକ୍ତର ଏବଂ ଅନ୍ୟ ଜଣେ ବ୍ୟକ୍ତି। ଯାହାକୁ ନେଇ ବିବାଦ ହୋଇଛି।
ଅଭିଯୋଗ ହୋଇଛି ଯେ, ଡାକ୍ତର ଜଣକ ଜମିକୁ ନିଜ ଅକ୍ତିଆରକୁ ନେବା ପାଇଁ ବାହୁବଳୀ ଓ ଗୁଣ୍ଡାଙ୍କୁ ପଠାଇଥିଲେ। ହେଲେ ଏହି ସମୟରେ ସେଠାରେ ଥିବା ସିକ୍ୟୁରିଟି ତାଙ୍କୁ ଅଟକାଇଥିଲେ। କିନ୍ତୁ ସେମାନେ ସିକ୍ୟୁରିଟିଙ୍କୁ ମାଡ଼ ମାରି ବଳପୂର୍ବକ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲେ।
ଆହୁରି ପଢ଼ନ୍ତୁ: କମିଶନରେଟ ପୋଲିସ ପଞ୍ଝାରେ ଏରଗୁଲା ମହିଳା ଗ୍ୟାଙ୍ଗ, ୯ ମହିଳାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ
ତେବେ ଆହତ ସୁରକ୍ଷା କର୍ମୀ ପୋଲିସ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ସିଦ୍ଧାନ୍ତ ଦାସ, ବାବୁ ନାୟକ, ଅଂଶୁ ମହରିଆ, ମନୋଜ ଯାଦବଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ୍। ସିକ୍ୟୁରିଟିଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣାରେ ସଂପୃକ୍ତ ଥିବା ଆଉ କିଛି ମାଷ୍ଟର ମାଇଣ୍ଡକୁ ଗିରଫ କରିବା ଲାଗି ପୋଲିସ୍ ଜାରି ରଖିଛି ଚଢ଼ାଉ। ସେପଟେ ଡାକ୍ତର ଜଣକ ଏଭଳି କରିନଥିବା ନେଇ କହିଛନ୍ତି।
ଆହୁରି ପଢ଼ନ୍ତୁ: AG ଛକରେ ହାଇଡ୍ରାମା, ପିଲର ଉପରେ ଚଢି ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ