ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୁରୁଷୋତ୍ତମପୁର ବ୍ଲକ ଚିଙ୍ଗୁଡ଼ି ଘାଇ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ କଲା ପୋଲିସ

5/10/2021 at 10:58 PM

ପୁରୁଷୋତ୍ତମପୁର, ୦୫/୧୦: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଚିଙ୍ଗୁଡିଘାଇ ଗ୍ରାମରେ ଗତମାସ ୨୦ ତାରିଖରେ ପୂର୍ବ ଶତ୍ରୁତାକୁ ନେଇ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରିବାରେ ସଫଳତା ହାସଲ କରିଛି ପୁରୁଷୋତ୍ତମପୁର ପୋଲିସ । ଥାନା ଅଧିକାରୀ ପ୍ରିୟାସ ରଂଜନ ଛୋଟରାୟଙ୍କ ନେତୃତ୍ଵରେ ଏକ ଟିମ୍ ଆପ୍ରାଣ ଉଦ୍ୟମ କରି ବିକ୍ରମ ସାହୁକୁ ଗିରଫ କରିବାରେ ସଫଳ ହୋଇଛି ।

ଗତ ସେପ୍ଟେମ୍ବର ୨୦ ତାରିଖ ମଧ୍ୟରାତ୍ରରେ ଗ୍ରାମର ବିନାୟକ ପ୍ରଧାନକୁ ହତ୍ଯା କରିବା ସହ ପରବର୍ତ୍ତୀ ଟାର୍ଗେଟ ଡ୍ରାଇଭର ବେହେରାର ନାମ ରକ୍ତଭିଜା କାଗଜରେ ଲେଖାଥିଲା ବିକ୍ରମ । ପୁରୁଷୋତ୍ତମପୁର ଥାନା ଅଧିକାରୀ ନିଜେ ତଦନ୍ତଭାର ଗ୍ରହଣ କରି ଆସାମୀକୁ ଧରିବାରେ ସଫଳ ହୋଇଥିଲେ। ଗିରଫ ବିକ୍ରମକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସ୍.ଡି.ପି.ଓ।

   Related Posts