ପୋଲିସ୍‌କୁ ଚକ୍‌ମା ଦେଇ ବୁଲୁଥିଲା ନାବାଳିକା ଦୁଷ୍କର୍ମକାରୀ, ୩ ମାସ ପରେ ଗିରଫ

Published By : Prameya-News7 Bureau | October 08, 2022 IST

ବଲାଙ୍ଗୀର, ୦୮/୧୦: ବଲାଙ୍ଗୀର ପୁଇନ୍ତଲା ବ୍ଲକ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ତିନି ମାସ ପରେ ଧରାପଡିଲା ଅଭିଯୁକ୍ତ। ଅଭିଯୋଗ ଅନୁସାରେ ବଲାଙ୍ଗୀର ପୁଇନ୍ତଲା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବାରର ପୁଇନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାକୁ ପୋଲିସ୍ ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ସେପଟେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ କର୍ଣ୍ଣାଟକ ଓ କେରଳ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଗତକାଲି ରାତିରେ ଅଭିଯୁକ୍ତ ରଙ୍କନିଧି ମହାକୁରକୁ ପାଟଣାଗଡ଼ ଠାରୁ ଗିରଫ କରିଥିଲା । ସେହିପରି ଆଜି ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ଦଫା ୩୭୬ ଓ ବାଳନିରୋଧ ଆଇନରେ କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଦୀର୍ଘ ମାସ ଧରି ପୋଲିସକୁ ଚକମା ଦେଇଅସୁଥିବା ବେଳେ ଶେଷରେ ଧରପଡିଛି ଅପରାଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.