ଅଡୁଆରେ କମିଶନରେଟ୍ ପୋଲିସ ; ଓ୍ବାରେଣ୍ଟି ବଦଳରେ ନିର୍ଦ୍ଦୋଶକୁ ଉଠାଇନେଲା, ମୁକୁଳାଇବାକୁ ଦାବି

Published By : Prameya-News7 Bureau | March 17, 2019 IST

କଟକ ୧୭|୩ : ଅଡୁଆରେ ପଡିଛି କଟକ କମିଶନରେଟ୍ ପୁଲିସ । ଓ୍ବାରେଣ୍ଟିକୁ ଗିରଫ କରିବାକୁ ଯାଇ ଜଣେ ସାଧାରଣ ଲୋକକୁ ଗିରଫ କରିଛି ଲାଲବାଗ ଥାନା ପୁଲିସ । ଗିରଫ ହୋଇଥିବା ଚନ୍ଦନ ମହାରଣା କୌଣସି ମାମଲାରେ ନଥିଲେ ମଧ୍ୟ ଭୁଲରେ ଗିରଫ ହୋଇ ଏବେ ସାତ ଦିନ ହେବ ଜେଲ୍‌ର ଚାରିକାନ୍ଥ ଭିତରେ । ସେପଟେ ଚନ୍ଦନକୁ ଜେଲ୍‌ରୁ ଖଲାସ କରିବା ସହ ପରିବାରକୁ ନ୍ୟାୟ ଦେବା ପାଇଁ ଏକାଠି ହୋଇଛନ୍ତି ଚନ୍ଦନଙ୍କ ସାହି ଲୋକ ।

{"id":94549}

ପୁଣି ଅକଳରେ ପଡିଛି କଟକର ଲାଲବାଗ ଥାନା ପୁଲିସ । ଓ୍ବାରେଣ୍ଟିକୁ ଗିରଫ କରିବାକୁ ଯାଇ ଚାନ୍ଦିନୀଚୌକ ଅଞ୍ଚଳର ଚନ୍ଦନ ମହାରଣାକୁ ଗିରଫ କରିଛି ପୁଲିସ । ହେଲେ ଗିରଫ ହୋଇଥିବା ଚନ୍ଦନ ମହାରଣା କୌଣସି ଅପରାଧରେ ଜଡିତ ନାହାନ୍ତି । ପୁଲିସ ଭୁଲ ଠିକଣାରେ କୋର୍ଟରୁ ସମନ ପାଇ ଚନ୍ଦନକୁ ଗିରଫ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କାଠ କାମ କରି ପରିବାର ପୋଷୁ ଥିବା ଚନ୍ଦନ ସାତ ଦିନ ହେବ ଜେଲ୍‌ର ଚାରିକାନ୍ଥ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଅଭିଯୋଗ ହୋଇଛି । ତେବେ ଚନ୍ଦନକୁ ଖଲାସ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହି ଘଟଣା ପାଇଁ ଯେଉଁ ପୁଲିସ ଅଫିସର ଦାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

{"id":94550}

ଗତ ୨୦୧୩ ମସିହାରେ ଏକ ଅପରାଧିକ ମାମଲାରେ ଶିଖରପୁର ଅଞ୍ଚଳର ଚନ୍ଦନ ମହାରଣା ସମ୍ପୃକ୍ତ ଥିଲେ । ହେଲେ ତାଙ୍କୁ ଗିରଫ କରିବା ପରିବର୍ତ୍ତେ ଭୁଲ ଠିକଣାରେ କୋର୍ଟଙ୍କ ସମନ ପହଞ୍ଚିଥିଲା ଲାଲବାଗ ଥାନାରେ । ଆଉ କୋର୍ଟର ସମନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରିବା ଫଳସ୍ବରୂପ ଚାନ୍ଦିନୀଚୌକର ଚନ୍ଦନ ମହାରଣାଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ଘଟଣାର ପ୍ରକୃତ ରହସ୍ୟ କଣ ସେନେଇ ଜୋନ୍‌ ଏ.ସି.ପି ତଦନ୍ତ ଆରମ୍ଭ କରିଛନ୍ତି । ରିପୋର୍ଟ ଆସିବା ପରେ ଯଦି ଅଭିଯୋଗ ସତ ହୁଏ ତେବେ ଚନ୍ଦନଙ୍କୁ ମୁକୁଳାଇବା ପାଇଁ ପୁଲିସ କୋର୍ଟରେ ନିବେଦନ କରିବ ବୋଲି କହିଛନ୍ତି ଡିସିପି ।

{"id":94551}

ପୂର୍ବରୁ ମଧୁପାଟଣା ଥାନାର ଏକ ମାମଲାରେ ଜଣେ ନୀରିହଙ୍କୁ ଭୁଲରେ ଜେଲ୍‌ର ଚାରିକାନ୍ଥ ଦେଖାଇଥିଲା ପୁଲିସ । ତେବେ ପ୍ରଶ୍ନ ଉଠୁଛି ପୁଲିସ ଗିରଫ କରିବା ପରେ କାହିଁକି ସଠିକ୍ ତଦନ୍ତ ନକରି ଜେଲ୍‌କୁ ପଠାଉଛି, ଯାହା ଫଳରେ ଏଭଳି ନୀରିହ ଲୋକେ ଅଭିଯୁକ୍ତ ହୋଇଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.