କ୍ଳବରେ ଚାଲିଥିଲା ଜୁଆ ଖେଳ, ୫ ଜୁଆଡ଼ି ଗିରଫ, ୩ ଲକ୍ଷ ୫୦ ହଜାର ଜବତ କଲା ପୋଲିସ୍‌

Published By : Prameya-News7 Bureau | October 09, 2022 IST

ସାନଖେମୁଣ୍ଡି ୦୯/୧୦: କ୍ଳବରେ ଚାଲିଥିଲା ଜୁଆ ଖେଳ। ଖାଇବା ପିଇବା ବ୍ୟବସ୍ଥାବି ହୋଇଥିଲା। ମାଡ଼ି ବସିଲା ପୋଲିସ। ସୋଫା ସେଟ୍, ଖଟ ସବୁଠି ଲୁଚା ହୋଇଥିବା ଜୁଆ ଟଙ୍କାକୁ ବାହାର କଲା ପୋଲିସ। ଦିଗପହଣ୍ଡି ଥାନା ପୋଲିସ ଏଭଳି ଜୁଆ ଆଡ୍ଡାରେ ଚଢ଼ଉ କରିଛି ।ପୂଜା ପାର୍ବଣ ଆରମ୍ଭ ହେବା ପରେ ଗଞ୍ଜାମ ଜିଲ୍ଲାର ଗାଁ ଠାରୁ ସହର ସବୁଠି ଜୁଆ ଖେଳ। ରବିବାର କୁମାର ପୂର୍ଣ୍ଣିମା ଥିବା ବେଳେ ଜୁଆ ନଖେଳିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ଏହାପରେ ବି ଦିଗପହଣ୍ଡି ସହର ମୁଖ୍ୟ ରାସ୍ତାରେ ଥିବା ଆଞ୍ଚଲ କ୍ଲବରେ ଜୁଆ ଖେଳ ଚାଲିଥିଲା। ଏନେଇ ଖବରପାଇ ଦିଗପହଣ୍ଡି ପୋଲିସ ଚଢ଼ଉ କରିଥିଲା। ଏହି ସମୟରେ କ୍ଲବରେ ଥିବା ୫ ଜୁଆଡ଼ି ସବୁ ଜୁଆ ଟଙ୍କାକୁ ଯୋଉଠି ପାରିଲେ ଲୁଚାଇ ଦେଇଥିଲେ। ପୋଲିସ ଆସିଲା ବେଳକୁ ଟଙ୍କା ନଥିଲା। ଏହି ଟଙ୍କାକୁ ଜୁଆଡ଼ିମାନେ ପ୍ୟାଣ୍ଟ ଅଣ୍ଟା, ଇନ୍ନର, ଖଟ ତଳେ ଏବଂ ସୋଫାସେଟ୍‌ ତଳେ ଲୁଚାଇ ଦେଇଥିଲେ। ପୋଲିସ ତନ୍ନତନ୍ନ କରି ଯାଞ୍ଚ କରି ୫ ଯୁଆଡ଼ିଙ୍କ ଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି। ବ୍ରହ୍ମପୁର ଏସପି ଡକ୍ଟର ଶ୍ରବଣ ବିବେକ ଏମଙ୍କ ଜୁଆକୁ ଜିରୋ ଟୋଲୋରେନସ ନୀତି ଅନୁସାରେ ବର୍ତ୍ତମାନସୁଦ୍ଧା ୧୦ଲକ୍ଷରୁ ଅଧିକ ଟଙ୍କା ଜବତ ହେବା ସହିତ ୧୦୦ରୁ ଅଧିକ ଯୁଆଡ଼ି ଗିରଫ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.