Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନକଲି ବିଦେଶୀ ମଦ କାରବାର ବେଳେ ଚଢ଼ାଉ କଲା ଅବକାରୀ ବିଭାଗ, କର୍ମଚାରୀ ଗିରଫ ମାଲିକ ଫେରାର୍

10/10/2021 at 8:41 PM

ବ୍ରହ୍ମପୁର, ୧୦/୧୦: ନକଲି ବିଦେଶୀ ମଦ କାରବାର ଅଭିଯୋଗରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ । ୫ ଗିରଫ ସହ ୧୨୦ ଲିଟରରୁ ଉର୍ଦ୍ଧ୍ବ ମଦ ଜବତ । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗୋଟିଏ ଅଟୋ, ୨ଜଣ ସପ୍ଲାୟର୍‌, ଜଣେ ମାର୍କେଟିଂ ଏଜେଣ୍ଟ ସମେତ ୫ଜଣଙ୍କୁ ଗିରଫ କରିଛି ।  ପୂର୍ବରୁ ବ୍ରହ୍ମପୁର ପୋଲିସ ଦ୍ବାରା ଗିରଫ ହୋଇଥିବା ନକଲି ମଦ ମାଫିଆ ହରି ସାହୁ ଫେରାର୍ ହୋଇଯାଇଛି । ୩୦୦ ଟଙ୍କା ମଜୁରୀ ପାଇଁ ନକଲି ମଦ ଚାଲାଣ କରୁଥିବା ଜଣାପଡ଼ିଛି ।

୬ ପ୍ୟାକେଟ୍ ମଦ ଚାଲାଣ ପାଇଁ ୧୮୦୦ ଟଙ୍କା ପ୍ରାପ୍ୟ ପାଇବା ପାଇଁ ମଦ ବ୍ୟବସାୟୀ କହିଥିଲେ। ଚାଲାଣକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ମଦ ମାଫିଆଙ୍କୁ ଧରି ପାରିଲା ନାହିଁ ଅବକାରୀ ବିଭାଗ । ତଦନ୍ତ ପରେ ସଂପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀ । ମଦ ମାଫିଆ ହରି ମଦ ପ୍ୟାକେଟ ଗୁଡ଼ିକୁ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଡେଙ୍ଗାପଦର ଠାରେ ଦେବାକୁ କହିଥିଲା ।  ମଦ ଚାଲାଣ ବେଳେ ଚଢାଉ କରିଥିଲା ଅବକାରୀ ଗୁଇନ୍ଦା ବିଭାଗ।

   Related Posts