ପାରାଦୀପ ୪।୫: ଅଭୟଚାନ୍ଦପୁର ପୋଲିସ କବଜାରେ ବ୍ରାଉନସୁଗାର ବ୍ୟବସାୟୀ । ପାରାଦୀପ ଆଇଓସିଏଲ ରୋଡ଼୍ ନିକଟସ୍ଥ ଡାଳିମ୍ବପୁର ରୋଡ଼୍ରେ ଚଢାଉ କରି ୩ ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଅଭୟଚାନ୍ଦପୁର ପୋଲିସ । ତେବେ ସେମାନଙ୍କ ନିକଟରୁ ୧୫.୫୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଦିନକୁ ଦିନ ପାରାଦୀପ ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ତେବେ କୌଣସି ସୂତ୍ରରୁ ଖବର ପାଇ ଅଭୟଚାନ୍ଦପୁର ପୋଲିସ ଡାଳିମ୍ବପୁର ଅଞ୍ଚଳରେ ଚଢାଉ କରି ୩ଜଣ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି । ସେମାନେ ହେଲେ ବଗଦିଆ ଗ୍ରାମର ସଂଗ୍ରାମ ଦଳାଇ, ସିଜୁ ଗ୍ରାମର ବିକ୍ରମ ନାୟକ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଦୀପକ ପତି ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ପୂର୍ବରୁ ସଂଗ୍ରାମ ଦଳାଇ ଓ ଦୀପକଙ୍କ ନାମରେ ପାରାଦୀପ ଥାନାରେ ବିଭିନ୍ନ ମାମଲା ଥିବା ଜଣାପଡିଛି । ତେବେ ଏମାନେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ପାରାଦୀପର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ । ତେବେ ଏ ନେଇ ତିନି ବ୍ରାଉନସୁଗାର ବ୍ୟବସାୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
You Can Read:
ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ ଘଟଣା : ୭ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ