ଯାତ୍ରାରେ ପିସ୍ତଲ ଦେଖାଇ ଲୁଟ୍‌ କରୁଥିଲେ ଲୁଟେରା, ବାନ୍ଧିଲା ପୋଲିସ୍‌

Published By : Prameya-News7 Bureau | October 12, 2022 IST

ବୌଦ୍ଧ, ୧୨।୧୦: ଯାତ୍ରାରେ ପିସ୍ତଲ ଧରି ଲୁଟ କରିବା ପଡ଼ିଲା ମହଙ୍ଗା। କଣ୍ଟାମାଳ ବ୍ଲକ୍ ଲୋକପଡାରେ ହେଉଥିବା ଖମ୍ବେଶ୍ୱରୀ ଯାତ୍ରାରେ ଲୁଟ୍ କରୁଥିବା ସମୟରେ ଲୋକଙ୍କ ହାବୁଡରେ ପଡିଛନ୍ତି ୨ ଲୁଟେରା । ସେମାନଙ୍କ ନିକଟରୁ ଏକ ଗୁଳି ଭର୍ତ୍ତି ପିସ୍ତଲ ଜବତ କରି ଲୁଟେରାଙ୍କୁ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଲୁଟେରା ଦ୍ବୟ ସୋନପୁର ଜିଲ୍ଲା ବୈଦ୍ୟନାଥ ଗ୍ରାମର ଦେବାଶିଷ ମହାନନ୍ଦ ଏବଂ ଲକ୍ଷ୍ମଣ ଲୁହା ।

ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ଲୋକପଡ଼ା ଗ୍ରାମରେ ଖାମ୍ୱେଶ୍ୱରୀ ଯାତ୍ରା ଚାଲିଥିବା ସମୟରେ କିଛି ଲୁଟେରା ହାତରେ ବନ୍ଧୁକ ଧରି ସେଠାକୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଯାଇଥିଲେ । ସନ୍ଧପଳି ଗ୍ରାମର ରତ୍ନାକର ଷଣ୍ଢ ଏବଂ ସରୋଜ କୁମାର ଷଣ୍ଢଙ୍କ ମୋବାଇଲ୍ ଲୁଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ କାବୁ କରିଥିଲେ । ହେଲେ ସେମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରି ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଲୋକମାନେ ତାଙ୍କୁ କାବୁ କରି ମନମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ସେଠାରେ ପହଞ୍ଚି ଲୁଟେରା ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବନ୍ଧୁକ ଜବତ୍ କରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.