ସୁରକ୍ଷାକର୍ମୀ-ନକ୍ସଲ ଗୁଳିବିନିମୟ, ଜଣେ ନକ୍ସଲ ନିହତ
29/04/2020 at 10:20 AM

ରାୟପୁର ୨୯।୦୪: ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନମୟରେ ଜଣେ ନକ୍ସଲ ନିହତ ହେବା ସହ ଦୁଇଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ତେବେ ଆହତ ଯବାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଛତିଶଗଡ ନାରାୟଣପୁରରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହୋଇଥିବାର ସୂଚନା ଦେଇଛନ୍ତି ନାରାୟଣପୁର ଏସ୍ପି । ତେବେ ଏହି ଏନ୍କାଉଣ୍ଟରେ ଦୁଇ ଜଣ ଯବାନ ଆହତ ହୋଇଥିବାର ମଧ୍ୟ ସୂଚନା ଦେଇଛନ୍ତି ନାରାୟଣପୁର ଏସ୍ପି ମୋହିତ ଗର୍ଗ ।
Related Posts
ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
29 January 2023