୧୦୦ ଏକରରୁ ଉର୍ଦ୍ଧ୍ଵ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ
5/01/2023 at 6:59 PM

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ ମିଶି ସଲାଗୁଡ଼ା ପଞ୍ଚାୟତର ଅନେକ ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ୍ଵ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତିl ଫଳରେ ଗଂଜେଇ ମାଫିଆ ମାନେ ଭୟଭୀତ ହୋଇ ପଡିଛନ୍ତି। ଗୋଛାପଡା ଥାନା ଅଧିକାରୀ ରଞ୍ଜିତ ମୁନିଙ୍କ ନେତୃତ୍ୱରେ ଅବକାରୀ ବିଭାଗ କର୍ମଚାରୀ ମିଶି ଅକ୍ଲାନ୍ତ ପରିଶ୍ରମ କରି ଏମିତି ଚଢାଉ କରିଛନ୍ତି। ଏ ସମ୍ପର୍କରେ ୦୧/୨୦୨୩ରେ ମାମଲା ରୁଜ୍ଜୁ କରିଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ପାରିନାହିଁ l ଆଗକୁ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।