ଡକାୟତି ଯୋଜନା ବେଳେ ମାଡ଼ି ବସିଲା ପୋଲିସ, ୩ ଗିରଫ; ମାରଣାସ୍ତ୍ର ଜବତ

Published By : Prameya-News7 Bureau | February 27, 2024 IST

ବ୍ରହ୍ମପୁର: ଡକାୟତ ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଲେ ଡକାୟତ ଗ୍ୟାଙ୍ଗ। ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠୁ ଦୁଇଟି ଖଣ୍ଡା, ଦୁଇଟି ଜୀବନ୍ତ ବୋମା, ଦୁଇଟି ଟର୍ଚ୍ଚ ଲାଇଟ, ମୁହଁ ମୁଖା ଜବତ ହୋଇଛି। ଅନ୍ୟ ତିନି ଜଣ ଫେରାର ଅଛନ୍ତି।

ସୂଚନା ଅନୁଯାୟୀ, ବ୍ରହ୍ମପୁର ବଡବଜାର ଥାନା ହରାଡାଖଣ୍ଡି ପୋଖରୀ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ହାତରେ ଧରା ପଡିଛନ୍ତି। ଗିରଫ ତିନି ଜଣ ହେଲେ ରାଜା ଓରଫ ଅମିତ ନାୟକ, ଏସ. କେ ଅସିଫ ଏବଂ ପୋଦା ରାମ ଓରଫ ରାମ ପାତ୍ର। ଗିରଫ ତିନିଜଣଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା  ବ୍ରହ୍ମପୁର ଏସ. ପି. କହିଛନ୍ତି।

wp:heading {"level":4}

Also read- ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ଟଙ୍କା ପାଇଁ ହୋଇଥିଲେ ଅପହରଣ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.