ପୋଲିସକୁ ମାଡ଼ ଘଟଣା, ୨୪ ଗିରଫ

Published By : Prameya-News7 Bureau | May 22, 2022 IST

ବାଲିପାଟଣା ୨୨।୦୫: ରାଜସ ଗାଁରେ ପୋଲିସ ସ୍ପେଶାଲ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା । ଏହି ଘଟଣାରେ ଅଟକ ଥିବା ୨୭ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଆଗକୁ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଗିରଫ ଭୟରେ ଗାଁ ଏବେ ପୁରୁଷ ଶୁନ୍ୟ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଶୁକ୍ରବାର ଦିନ ରାଜସ ଗାଂରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ ୫୦ରୁ ଅଧିକ ଲୋକେ ପୋଲିସକୁ ଆକ୍ରମଣ କରିଥିଲେ । ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ କିଛି ଲୋକଙ୍କୁ ଗିରଫ କରାଯାଇଥିଲା  । ଶନିବାର ରାତିରେ ବାଲିପାଟଣା ଥାନା ପରିସରରେ ଗିରଫ ବ୍ୟକ୍ତିଙ୍କ ସଂପର୍କୀୟ ୨ ମହିଳା ଆସି ହଙ୍ଗାମା କରିଥିଲେ । ଏପିରିକି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଯୁକ୍ତ ମଧ୍ୟ କରିଥିଲେ । ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କ ପରିବାରରେ କୌଣସି ସଂପୃକ୍ତି ନାହିଁ ବୋଲି ସଫେଇ ଦେଇଛନ୍ତି ମହିଳା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.