ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଡିଏସ୍-ହାଉସ୍‌ରେ ପୁଣି ସର୍ଚ୍ଚ ଅପରେସନ୍ : ଜେଲ୍‌ରେ ଥିବା ଡନ୍‌ଙ୍କ ବନ୍ଧୁକ କାରବାର ଚାଲିଛି କେମିତି ?

26/12/2020 at 12:17 PM

କଟକ ୨୬।୧୨: ଡିଏସ୍-ଭ୍ରାତାଙ୍କ ପୁରା ନେଟଓ୍ବାର୍କ ଏବେ ପୋଲିସ ଟାର୍ଗେଟ୍ ରେ । ବର୍ଷେରୁ ଅଧିକ ଦିନ ହେଲା ଧଳସାମନ୍ତ ଭାଇ ସୁଶାନ୍ତ ଓ ସୁଶୀଲ ଅଲଗା ଅଲଗା ଜେଲ୍ ରେ ଅଛନ୍ତି । ଅଥଚ ସେମାନଙ୍କ କଟକ ଘର ଡିଏସ୍ ହାଉସ୍ ଗୁଳି-ବନ୍ଧୁକର ଗୋଦାନ ପାଲଟିଛି ।

୧୦ ଦିନ ଭିତରେ ଏକାଧିକ ଥର ରେଡ୍ ହେଲାଣି । ପ୍ରତିଥର ପୋଲିସ ଗୁଳି ଓ ବନ୍ଧୁକ ଜବତ କରୁଛି । କିଏ ସେ ଚଳାଇଛି ଡିଏସ୍ ଭାଇଙ୍କ ଅପରାଧ ନେଟଓ୍ବାର୍କ ? କେଉଁଠୁ ବନ୍ଧୁକ କିପରି ଆସୁଛି ଆଉ କିଭଳି ଭାବେ କାହା ସହାୟତାରେ ଚାଲିଛି କାରବାର ଏ ନେଇ ପୁଣି ଡିଏସ୍-ହାଉସରେ ଚାଲିଛି ସର୍ଚ୍ଚ ଅପରେସନ୍ । ଜେଲ୍ ରେ ଥିବା ଡନ୍ ଙ୍କ ବନ୍ଧୁକ କାରବାର ଚାଲିଛି କେମିତି ସାନଭାଇ ସୁଶୀଲ ଧଳସାମନ୍ତ ଉପସ୍ଥିତିରେ ସର୍ଚ୍ଚ ଅପରେସନ୍ ଚାଲିଛି ।

ଶୁକ୍ରବାର ସର୍ଚ୍ଚ ଅପରେସନ୍ ବେଳେ ଡିଏସ୍-ହାଉସ୍‌ରୁ ସର୍ଚ୍ଚ ଅପରେସନ୍ ବେଳେ ସିକ୍ରେଟ୍ ଚାମ୍ବରରୁ ୩ଟି ବନ୍ଧୁକ , ୧୭୦ ରାଉଣ୍ଡରୁ ଅଧିକ ଗୁଳି, ୫ଟି ମାଗାଜିନ ଏବଂ ୧୦ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା କମିଶନରେଟ୍ ପୋଲିସ । ଶୁକ୍ରବାର ସକାଳ ୧୧ଟାରୁ ରାତି ୭ଟା ଯାଏଁ ସର୍ଚ୍ଚ ଅପରେସନ୍ କରିଥିଲା କମିଶନରେଟ୍ ପୋଲିସ । ଡିସ୍-ହାଉସ୍‌ରୁ ବନ୍ଧୁକ ଗୁଳି ମିଳିବା ପରେ ରିମାଣ୍ଡରେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

   Related Posts